ହକି ବିଶ୍ୱ କପ୍ : କାନାଡ଼ା ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ୧-୧ରେ ଡ୍ର

ଭୁବନେଶ୍ୱର (କେ ନ୍ୟୁଜ୍) : ହକି ବିଶ୍ୱ କପ୍ ପୁଲ୍ ‘ସି’ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଓ କାନାଡ଼ା ମଧ୍ୟରେ ୧-୧ ଗୋଲ୍ରେ ଡ୍ର ରହିଛି । ଚମତ୍କାର ଖେଳ ପାଇଁ କାନାଡ଼ାର ଡେଭିଡ୍ କାର୍ଟରଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା ।
ଆଜିର ପ୍ରଥମ ମ୍ୟାଚ୍ରେ ଉଭୟ ଦଳ ବେଶ୍ କିଛି ସମୟ ବଳ କଷାକଷି ହୋଇଥିଲେ । ତେବେ ରକ୍ଷଣାତ୍ମକ ଖେଳ ଯୋଗୁଁ ମଧ୍ୟାନ୍ତ ପର୍ଯ୍ୟନ୍ତ ମ୍ୟାଚ୍ ଗୋଲ୍ ଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ମ୍ୟାଚ୍ର ୪୨ତମ ମିନିଟ୍ରେ କ୍ୟୁବିଲ ଟୁଲି ପ୍ରଥମ ଗୋଲ୍ କରିଥିଲେ । ତେବେ ଏହାର ୩ ମିନିଟ୍ ପରେ
କାନାଡ଼ାର ସ୍କଟ୍ ଟୁପର ଗୋଟିଏ ଗୋଲ୍ ଦେଇ ମ୍ୟାଚ୍କୁ ଡ୍ର ରଖିଥିଲେ । ଉଭୟ ଦଳ ଏହି ମ୍ୟାଚ୍ରୁ ପଏଣ୍ଟ ଭାଗ କରିଛନ୍ତି । ପୂର୍ବରୁ ପ୍ରଥମ ମ୍ୟାଚ୍ରେ କାନାଡ଼ା ବେଲଜିୟମ ଠାରୁ ୧-୨ ଗୋଲ୍ରେ ହାରିଥିବା ବେଳେ ଆୟୋଜକ ଭାରତ ଠାରୁ ୦-୫ ଗୋଲ୍ରେ ଦକ୍ଷିଣ ଆଫ୍ରିକା ପରାସ୍ତ ହୋଇଥିଲା ।