କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ଟେନିସ୍ ପ୍ରିମିଅର ଲିଗ୍ ତୃତୀୟ ସିଜନର ଚାମ୍ପିଅନ ହୋଇଛି କ୍ୟାପିଟାଲ କିଙ୍ଗ୍ସ। କ୍ୟାପିଟାଲ କିଙ୍ଗସ, ଭଦ୍ରକ ଭିକ୍ଟରସ୍କୁ ୨୩-୧୧ରେ ହରାଇଛି। ଉଦ୍ଯାବନୀ ଉତ୍ସବରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବିଜୟୀ ଟିମ୍କୁ ପୁରସ୍କୃତ କରିଥିଲେ। କ୍ୟାପିଟାଲ କିଙ୍ଗ୍ସକୁ ଟ୍ରଫି ସହ ମିଳିଛି ୨ ଲକ୍ଷ ଟଙ୍କା।
ଭଦ୍ରକ ଭିକ୍ଟର ଟିମ୍କୁ ମିଳିଛି ୧ ଲକ୍ଷ ଟଙ୍କାର ପୁରସ୍କାର। OTPL ଜୁନିଅର କ୍ୟାଟାଗୋରୀରେ କେନ୍ଦ୍ରାପଡ଼ା କଣ୍ଟେଣ୍ଡରସ୍ ଚାମ୍ପିଅନ ହୋଇଛି। କ୍ୟାପିଟାଲ କିଙ୍ଗ୍ସକୁ ହରାଇଥିଲା କେନ୍ଦ୍ରାପଡା । ଜୁନିଅର କ୍ୟାଟାଗୋରୀରେ ପ୍ରିୟାଂଶି ପାଣିଗ୍ରାହୀ ଓ ସମ୍ପ୍ରିଦ ଶର୍ମାଙ୍କୁ ବେଷ୍ଟ ପ୍ରୋମିଜିଂ ଖେଳାଳି ଭାବେ ପୁରଷ୍କୃତ କରାଯାଇଛି। ଉଭୟଙ୍କୁ ଅନ୍ନପୂର୍ଣ୍ଣା ଫାଉଣ୍ଡେସନ ତରଫରୁ ୫୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଛି।
ଉଦ୍ଯାପନୀ ସମାରୋହରେ ଟୁର୍ଣ୍ଣାମେଣ୍ଟର ପ୍ରାୟୋଜକ ଓ ପାର୍ଟନର୍ସଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ସାଂସଦ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ। ଆମ୍ବେଦକର ଫାଉଣ୍ଡସନର ନିର୍ଦ୍ଦେଶକ ଦେବେନ୍ଦ୍ର ପ୍ରସାଦ ମାଝି, ସେସୁ ସିଇଓ ଅରୁଣ ବୋଥ୍ରା, OTPLର ବ୍ରାଣ୍ଡ ଆମ୍ବାସଡର ସବ୍ୟସାଚୀ ମିଶ୍ର, ଟୁର୍ଣ୍ଣାମେଣ୍ଟ ନିର୍ଦ୍ଦେଶକ ଦିଲ୍ଲୀପ ମହାନ୍ତି ପ୍ରମୁଖ ଉଦ୍ଯାପନୀ ଉତ୍ସବରେ ଯୋଗ ଦେଇଥିଲେ।
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…