ଚେନ୍ନାଇ ସୁପର କିଙ୍ଗସ୍ ଟିମରେ ସାମିଲ ହୋଇପାରନ୍ତି ଓଡିଆ ପୁଅ ଶୁଭ୍ରାଂଶୁ !

ଆଇପିଏଲ୍‌ ରେ ଖେଳିବାକୁ ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ବିଜୟ ହଜାରେରେ ଓଡିଶାର ନେତୃତ୍ୱ ନେଇଥିବା ଶୁଭ୍ରାଂଶୁଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଟ୍ରାଏଲ୍ସରେ ଯୋଗ ଦେବା ପାଇଁ ଶନିବାର ଡକାଯାଇଛି। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଏହି ସୁଚନା ଦିଆଯାଇଛି। ଓସିଏ ପକ୍ଷରୁ କୁହାଯାଇଛି ଯେ, ବିଜୟ ହଜାରେ ଟ୍ରଫିରେ ଦଳର ନେତୃତ୍ୱ ନେଉଥିବା ଶ୍ରୁଭାଂଶୁ ସେନାପତିଙ୍କୁ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଚେନ୍ନାଇ ସୁପର କିଙ୍ଗସ୍ ତରଫରୁ ଡାକରା ମିଳିଛି । ଆସନ୍ତା ୨୧ ଓ ୨୨ ତାରିଖ ଦୁଇଦିନ ଧରି ଚେନ୍ନାଇରେ ଶିବିର ଆୟୋଜିତ ହେବ ।

ବିଜୟ ହଜାରେ ଟ୍ରଫି ଓ ସୟଦ ମୁସ୍ତାକ ଅଲି ଟ୍ରଫିରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବାରୁ ଆଇପିଏଲ୍‌ ଗତ ସଂସ୍କରଣର ଚାମ୍ପିୟନ ଚେନ୍ନାଇ ପକ୍ଷରୁ ତାଙ୍କୁ ଏହି ସୁଯୋଗ ପ୍ରଦାନ କରାଯାଇଛି। ଶୁଭ୍ରାଂଶୁ ଭଲ ପ୍ରଦର୍ଶନ କଲେ ଆଗାମୀ ସଂସ୍କରଣରେ ତାଙ୍କୁ ଧୋନିଙ୍କ ନେତୃତ୍ୱାଧିନ ୟେଲୋ ଜର୍ସିରେ ଦେଖିବାକୁ ମଳିବ । ରାଜ୍ୟ କ୍ରିକେଟରେ ଜଣେ ଦକ୍ଷ ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପରିଚିତ ହେବେ ଶୁଭ୍ରାଂଶୁ । ତେଣୁ ଆଗାମୀ ଆଇପିଏଲରେ ଆଉ ଜଣେ ଓଡିଆ ନଜର ଆସିପାରନ୍ତି ବୋଲି ଏବେ କୁହାଯାଉଛି ।

ସୂଚନାଯୋଗ୍ୟ ବିଜୟ ହଜାରେ ଟ୍ରଫିରେ ସେ ୮୧, ୭୧ ନଟଆଉଟ ଓ ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିସ୍ଫୋରକ ଶତକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସେହିପରି ବିଦର୍ଭ ବିପକ୍ଷରେ ମଧ୍ୟ ଅପରାଜିତ ୭୧ ରନ୍ କରି ସେ ଦଳକୁ ବିଜୟ ଦେଇଥିଲେ । ଖାଲି ସେତିକି ନୁହେଁ,ଆନ୍ଧ୍ର ବିପକ୍ଷରେ ସେ ଶତକ ଅର୍ଜନ କରିବା ସହ ସମସ୍ତଙ୍କ ନଜରକୁ ଆସିଥିଲେ । ତେବେ ଟି-୨୦ ଫର୍ମାଟରେ ଖେଳାଯାଉଥିବା ଗତ ସୟାଦ ମୁସ୍ତାକ୍‌ ଅଲ୍ଲୀ ଟ୍ରଫିରେ ୫ଟି ମ୍ୟାଚରୁ ୧୩୮ର୪୍‌ କରିଥିଲେ ଶୁଭ୍ରାଂଶୁ । ତାଙ୍କ ପ୍ରଦର୍ଶନ ଦେଖି ଚେନ୍ନାଇ ପକ୍ଷରୁ ଡକାରା ଆସିଛି । ସେଠାରେ ସେ ଭଲ ପ୍ରଦର୍ଶନ କଲେ ଆଇପିଏଲ ଖେଳିବା ସୁବର୍ଣ୍ଣ ସୁଯୋଗ ହାସଲ କରିବେ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.