ଘୁଞ୍ଚୁଛି ରୌପ୍ୟ ରାୟ : ଆଜି ନୁହେଁ ୧୩ରେ ଆସିବ ଭିନେଶ ଫୋଗଟ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଘୁଞ୍ଚୁଛି ରୌପ୍ୟ ରାୟ। ରେସଲର ଭିନେଶ ଫୋଗଟଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସ ରୌପ୍ୟ ମିଳିବ କି ? ୧୩ ତାରିଖରେ ଆସିବ ଫଇସଲା । କୋର୍ଟ ଅଫ ଆରବିଟ୍ରେସନ୍ ଫର୍ ସ୍ପୋର୍ଟସ୍ ୧୩ରେ ରାୟ ଶୁଣାଣି କରିବେ। ଗତକାଲି ରାୟ ଆସିବାର ଥିଲା । ତାହା ଆଜିକୁ ଘୁଞ୍ଚା ଯାଇଥିଲା। ପୁଣି ୧୩ ଘୁଞ୍ଚିଥିବା ଜଣା ପଡ଼ିଛି। ଆଜି ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହେଉଛି । ଅଲିମ୍ପିକ୍ସ ଶେଷ ହେବା ପୂର୍ବରୁ ରାୟ ଆସିବ ବୋଲି ଆଶା କରାଯାଉଥିଲା । କିନ୍ତୁ ୧୩ କୁ ଘୁଞ୍ଚିଲା । ଆରବିଟ୍ରେଟର ଡକ୍ଟର ଆନାବେଲା ବେନେଟ୍ ରାୟ ଘୁଞ୍ଚାଇଛନ୍ତି । କ୍ରୀଡ଼ାକୁ ନେଇ କୌଣସି ବିବାଦୀୟ ମାମଲାରେ ଏହି କୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଥାଏ ।

ଶୁକ୍ରବାର ୩ ଘଣ୍ଟା ଧରି କାସ୍ ରେ ଭିନେଶଙ୍କ ଆବେଦନର ଶୁଣାଣି ହୋଇଥିଲା । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ୫୦ କେଜି ବର୍ଗରେ ଖେଳୁଥିବା ଭିନେଶ ଫୋଗଟଙ୍କୁ ଫାଇନାଲ ପୂର୍ବରୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ଏହା ବିରୋଧରେ କାସ୍ କୁ ଯାଇଛନ୍ତି ଭିନେଶ ଫୋଗଟ୍ । ଫାଇନାଲ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଥିବାରୁ ରୌପ୍ୟ ଦାବି କରିଛନ୍ତି । ୟୁନାଇଟେଡ୍ ୱାର୍ଲଡ ରେସଲିଙ୍ଗ ଓ ଇଣ୍ଟରନେସନାଲ ଅଲିମ୍ପିକ୍ କମିଟି ବିରୋଧରେ କାସ୍ ର ଦ୍ବାରସ୍ଥ ହୋଇଛନ୍ତି ଭିନେଶ ଫୋଗଟ। ତାଙ୍କ ପାଇଁ କାସ୍ ରେ ମାମଲା ଲଢ଼ୁଛନ୍ତି ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.