କ୍ରୀଡା

ଏସିଆ କପ ମ୍ୟାଚରେ ପାକିସ୍ତାନ ଉପରେ ବିଜୟ ହାସଲ ପରେ ଚାରିଆଡେ ଉତ୍ସବର ମାହୋଲ, ମ୍ୟାଚ ଜିତିବା ପରେ ଆତସବାଜି

ଗତକାଲି ସୁପର ସନଡେରେ ଭାରତ ପାକିସ୍ତାନ ମ୍ୟାଚ ମଧ୍ୟରେ ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦୀକୁ ହରାଇ ଜିତାପଟ ମାରି ନେଇଛି ଟିମ ଇଣ୍ଡିଆ । ଆଉ ଏହାପରେ ଚାରିଆଡେ ଚାଲିଛି ସେଲିବ୍ରେସନର ମାହୋଲ । ଜାତୀୟ ପତାକା ଧରି ପ୍ରଶଂସକ ମାନେ ଏକାଠି ହୋଇଥିବାର ନଜର ଆସିଥିଲେ । ଆତସବାଜିରେ ଟିମ ଇଣ୍ଡିଆର ବିଜୟକୁ କୌଣସି ଉତ୍ସବ ଭଳି ପାଳନ କରାଯାଇଥିଲା । ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଆୟୋଜିତ ମ୍ୟାଚର ଲାଇଭ ଟେଲିକାଷ୍ଟ ସ୍କ୍ରିନିଂ ପ୍ଲେସ ସହିତ ସମଗ୍ର ଭାରତରେ ଥିଲା ଖୁସିର ମାହୋଲ । ମେନ ଇନ ବ୍ଲୁର ବିଜୟକୁ ପ୍ରଶଂସକ ମାନେ ଭାରିମାତ୍ରାରେ ସେଲିବ୍ରେଟ କରିଛନ୍ତି ।

ଟିମ ଇଣ୍ଡିଆର ଧମାକେଦାର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ଦଳକୁ ପ୍ରଶଂସା କରିଛନ୍ତି । ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ମୋଦୀ ।

ଏସିଆ କପ ୨୦୨୨ରେ ଟିମ ଇଣ୍ଡିଆ ରବିବାର ପାକିସ୍ତାନ ବିରୋଧରେ ମହାମୁକାବିଲା ଖେଳିଥିଲା । ଆଉ ଏହି ରୋମାଞ୍ଚକର ମୁକାବିଲାରେ ଭାରତୀୟ ଚିମ ୫ୱିକେଟରେ ମ୍ୟାଚ ନିଜ ନାଁରେ କରିନେଇଥିଲା । ଏହାପରେ ପରେ ଆରମ୍ଭ ହୋଇଯାଇଥିଲା ଉତ୍ସବ । ଭାରତର ସବୁ ସହରରେ ଫ୍ୟାନ୍ସ ଖୁସି ମନେଇଥିବାର ନଜର ଆସିଥିଲେ । ଯେଉଁ ଉତ୍ସବର ଚିତ୍ର ଏବେ ସୋସିଆଲ ମିଡିଆରେ ଘୂରିବୁଲୁଛି । ବାଣ ଫୁଟାଯିବା ସହ ତ୍ରୀରଙ୍ଗାକୁ ନେଇ ସେଲିବ୍ରେଟ କରାଯାଇଥିବା ନଜର ଆସିଥିଲା ।

କହିରଖୁଛୁ ଏସିଆ କପରେ ଟିମ ଇଣ୍ଡିଆ ନିଜର ପ୍ରଥମ ମ୍ୟାଚ, ପାକିସ୍ତାନ ବିରୋଧରେ ଖେଳିଥିଲା । ଏହି ମୁକାବିଲାରେ ଭାରତୀୟ କ୍ୟାପ୍ଟେନ ରୋହିତ ଶର୍ମା ଟସ ଜିତି ମଧ୍ୟ ପ୍ରଥମେ ଫିଲ୍ଡିଂ ପାଇଁ ନିଷ୍ପତ୍ତ ନେଇଥିଲେ । ଆଉ ଏହି ରଣନିତୀ ସଫଳ ମଧ୍ୟ ହୋଇଥିଲା । ଯଦି ପୂରା ମ୍ୟାଚ କଥା କୁହାଯାଏ ତେବେ ୧୪୮ରନର ଟାର୍ଗେଟର ପିଛା କରିବା ଟିମ ଇଣ୍ଡିଆ ପାଇଁ ସହଜ ନଥିଲା । କାରଣ ଭାରତର ଟପ ଅର୍ଡର ପ୍ରଥମରୁ ଫେଲ ହୋଇଥିଲା । କିନ୍ତୁ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଯୋଡି ଏହାକୁ ସମ୍ଭବ କରିଦେଖାଇଲେ । ଶେଷରେ ହାଦ୍ଦ୍‌ିକ ବିଜୟ ସୂଚକ ଛକା ମାରି ଚିମ ଇଣ୍ଡିଆ ପାଇଁ ବିଜୟର ଶଙ୍ଖ ବଜାଇଥିଲେ ।

ଗତକାଲିର ମ୍ୟାଚକୁ ନେଇ ଜାଡେଜା ଓ ହାଦ୍ଦ୍‌ିରକଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ଏମିତିକି ପାକିସ୍ତାନ କ୍ୟାପଟେନ ମଧ୍ୟ ହାର୍ଦ୍ଦିକଙ୍କର ପ୍ରଶଂସା କରିବାକୁ ଭୁଲିନାହାନ୍ତି ।

ଆପଣ ଜାଣନ୍ତି ଯେତେବେଳେ ବି ଟିମ ଇଣ୍ଡିଆ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ରହିଥାଏ ସେତେବେଳେ ଦେଶରେ ମାହୋଲ ପୁରା ଗରମ ଥାଏ । ଆଉ ଏହି ମାହୋଲକୁ ଗତକାଲିର ମ୍ୟାଚ ଏକ ଜବରଦସ୍ତ ସେଲିବ୍ରେସନ ଆଣିଦେଇଛି । ଯଦି ଗୋଚେ ଶବ୍ଦରେ କୁହାଯିବ ତେବେ ଗତକାଲି ଭାରତ ପାକିସ୍ତାନ କ୍ରିକେଟ ଏନକାଉଣ୍ଟର, ଡେ ଅଫ ଦ ଟପିକ ରହିଥିଲା ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

38 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

44 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago