ବାରବାଟୀରେ ଆଜି ସେଲିବ୍ରିଟିଙ୍କ କ୍ରିକେଟ : ଖେଳାଯିବ ୨ଟି ମ୍ୟାଚ୍

କଟକ : ଆଜି ବାରବାଟୀରେ ସେଲିବ୍ରିଟି କ୍ରିକେଟ । ଦୁଇଟି ମ୍ୟାଚ୍ ଖେଳାଯିବାର ଅଛି । ଅପରାହ୍ଣ ୨ଟାରୁ ୬ଟା ପର୍ଯ୍ୟନ୍ତ ପ୍ରଥମ ମ୍ୟାଚ୍ ପଞ୍ଜାବ ଦା ସେର ଓ ଭୋଜପୁରୀ ଦବଙ୍ଗସ୍ ମଧ୍ୟରେ ଖେଳାଯିବ । ସେହିପରି ସନ୍ଧ୍ୟା ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ମ୍ୟାଚ୍ ମୁମ୍ବାଇ ହିରୋଜ୍ ଓ ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ । ହିନ୍ଦୀ ସହ ବିଭିନ୍ନ ଭାଷାର ଚଳଚ୍ଚିତ୍ରରେ ସେମାନଙ୍କ ଅଭିନୟ ଦ୍ବାରା ତାରକା ପାଲଟିଥିବା ଅଭିନେତାମାନେ ସେମାନଙ୍କ କ୍ରିକେଟ୍ ଦକ୍ଷତା ଦେଖାଇବେ। ପ୍ରତି ଦଳରେ ସେଲିବ୍ରିଟିମାନେ ହିଁ ଅଛନ୍ତି । ପ୍ରତି ଟିମରେ ଅନେକ ନାମୀ ଦମି କଳାକାର ମାନେ ରହିଛନ୍ତି ।
ଭୋଜପୁରୀ ଦବଙ୍ଗ୍ସ ଦଳରେ ମନୋଜ ତିୱାରୀ, ରବି କିଷନ୍ଙ୍କ ପରି ଭୋଜପୁରୀ ଅଭିନେତାମାନେ ରହିଛନ୍ତି । ମୁମ୍ବଇ ହିରୋଜ୍ ଦଳରେ ସୁନୀଲ ସେଟ୍ଟି, ଆଫ୍ତାବ ଶିବଦାସାନି, ବବି ଦେଓଲ ପ୍ରମୁଖ ରହିଛନ୍ତି । ବେଙ୍ଗଲ ଟାଇଗର୍ସ ଦଳର ନେତୃତ୍ବ ନେଉଛନ୍ତି ଯୀଶୁ ସେନଗୁପ୍ତ । ବାରବାଟୀରେ ଦର୍ଶକ ଉଭୟ ମ୍ୟାଚ୍ ଗୋଟିଏ ଟିକଟରେ ହିଁ ଦେଖିପାରିବେ ।
ଏହାପୂର୍ବରୁ ସେମାନେ ଗତକାଲି ବାରବାଟୀରେ ଫ୍ଲଡ୍ ଲାଇଟ୍ରେ ଅଭ୍ୟାସ କରିଥିଲେ । ବାର ବାଟୀରେ ମ୍ୟାଚ୍ ଖେଳିବାକୁ ସୁଯୋଗ ମିଳିଥିବାରୁ ଖୁସି ଥିବା କହିଛନ୍ତି ପଞ୍ଜାବ ସିନେ କଳାକାର ଦକ୍ଷ ଅଜିତ ସିଂ । ସେହିପରି ବାରବାଟୀକୁ ସେଲିବ୍ରିଟି କ୍ରିକେଟ ଲିଗ୍ ଭେନ୍ୟୁ ଭାବେ ବଛାଯିବା ଖୁସିର ଖବର ବୋଲି କହିଛନ୍ତି ଓସିଏ କାର୍ଯ୍ୟକାରୀ ସଭାପତି ପଙ୍କଜ ଲୋଚନ ମହାନ୍ତି ।
ଆହୁରି ପଢନ୍ତୁ : ପ୍ରୋ ଲିଗ ମହିଳା ହକି, ୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ