ଟିମ୍ ଇଣ୍ଡିଆ ବିଜୟ ପାଇଁ ବାରଣାସୀରେ ଫ୍ୟାନ୍ସ କଲେ ଯଜ୍ଞ, ଭିଡିଓ ଭାଇରଲ

ଭାରତ-ପାକିସ୍ତାନ ମଧ୍ୟରେ ଆଜି ହେବ ମହା ଲଢେଇ । ଚାମ୍ପିଅନ୍ସ ଟ୍ରଫିରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରୁଥିବା ବେଳେ ସୁରକ୍ଷା ଯୋଗୁଁ ଦୁବାଇରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ ଦୁଇଟି ଯାକ ଟିମ ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ । ଟିମ୍ ଇଣ୍ଡିଆ ଜିତିଲେ ସେମିଫାଇନାଲରେ ପ୍ରବେଶ କରିବ, ଆଉ ପାକିସ୍ତାନ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ । ତେଣୁ ଭାରତ ଜିତିବା ପାଇଁ ଫ୍ୟାନ୍ସ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି ।

ଟିମ୍ ଇଣ୍ଡିଆର ଫ୍ୟାନ୍ସ ମ୍ୟାଚ୍ ପୂର୍ବରୁ ପୂଜା ଆରମ୍ଭ କରିଛନ୍ତି । ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ଉତ୍ତରପ୍ରଦେଶ ବାରଣାସୀର ଫ୍ୟାନ୍ସ ଯଜ୍ଞ ଆରମ୍ଭ କରିଛନ୍ତି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଯାହାର ଭିଡିଓ ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ଫ୍ୟାନ୍ସ ଆବାଳ ବୃଦ୍ଧ ବନିତା ରହିଛନ୍ତି । ତେଣୁ ଟିମର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।

ଆଇସିସି ଦିନିକିଆ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭଲ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ପାକିସ୍ତାନ ବିପକ୍ଷରେ ୧୩ଟି ଦିନିକିଆ ମ୍ୟାଚ ଖେଳିଛି । ଏଥିରୁ ୧୦ଟି ମ୍ୟାଚ ଜିତିଛି । ଟିମ୍ ଚାମ୍ପିଅନ୍ସ ଟ୍ରଫିରେ ଭଲ ପ୍ରଦର୍ଶନ କରିଛି ।

ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ମ୍ୟାଚ ହାରିବା ପରେ ଆଜିର ମ୍ୟାଚ ପାକିସ୍ତାନ ପାଇଁ କର ବା ମର ସ୍ଥିତି । ଭାରତ ଠାରୁ ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ ଆୟୋଜକ ପାକ୍ ଟିମ । ଏପଟେ ପାକ ବିପକ୍ଷ ମ୍ୟାଚ ଜିତିଲେ ଭାରତର ସେମି ଅଭିଯାନ ସହଜ ହେବ । ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି । ଦମଦାର ଫର୍ମରେ ଅଛନ୍ତି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଏପଟେ ପାକିସ୍ତାନ ଡଗଆଉଟରେ ଅନେକ ସମସ୍ୟା ରହିଛି । ଆହତ କାରଣରୁ ଦଳର ଓପନର ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି ।

Also Read : ପାକିସ୍ତାନ କଲା ବଡ଼ ଭୁଲ୍, ଅଷ୍ଟ୍ରେଲିଆ ଜାତୀୟ ସଂଗୀତ ବଦଳରେ ବଜାଇଲା ଭାରତର ଜାତୀୟ ସଂଗୀତ : ଭିଡିଓ ଭାଇରଲ