ଧୋନିଙ୍କ ଆଉ ଏକ ଭିଡିଓ ସେୟାର କଲା ଚେନ୍ନାଇ ସୁପରକିଙ୍ଗସ୍‌, ଫ୍ୟାନ୍‌ କହିଲେ ‘ଯେତେ ଭଲ ପାଇଲେ ବି କମ୍‌’

ଅନ୍ୟ ଆଇପିଏଲ୍‌ ଟିମ୍‌ ତୁଳନାରେ ଚେନ୍ନାଇ ସୁପର କିଙ୍ଗସ୍‌ ସୋସିଆଲ ମିଡିଆରେ ଅଧିକ ଆକ୍ଟିଭ୍‌ ରହିଥାଏ। ପ୍ରାୟତଃ ସୁପରକିଙ୍ଗସ୍‌ ତରଫରୁ ମହେନ୍ଦ୍ର ସିଂହ ଧୋନିଙ୍କ ସମେତ ଅନ୍ୟାନ୍ୟ ଖେଳାଳିଙ୍କ ବିଭିନ୍ନ ଫଟୋ ଓ ଭିଡିଓ ସେୟାର କରାଯାଏ। ଏହି ଭିଡିଓକୁ ଫ୍ୟାନ୍‌ମାନେ ମଧ୍ୟ ଖୁବ୍‌ ପସନ୍ଦ କରିଥାନ୍ତି। ତେବେ ଏଥରକ ମଧ୍ୟ ଚେନ୍ନାଇ ସୁପର କିଙ୍ଗସ୍‌ ଧୋନିଙ୍କର ଏକ ନୂଆ ଭିଡିଓ ଜାରି କରିଛି।

101 reasons we love Mahi, Fans cannot get enough of MS Dhonis new CSK video

ଭିଡିଓରେ ଧୋନି ଏକ ଘରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଛି। ତାଙ୍କ ସହ ସୁରେଶ ରୈନାଙ୍କୁ ଦେଖି ବାହାରେ ଠିଆ ହୋଇଥିବା ଫ୍ୟାନ୍‌ମାନେ ଚିଲ୍ଲାଉଛନ୍ତି। ଧୋନି ବାହାରକୁ ଆସିବା ପରେ ପ୍ରଥମେ ସିକ୍ୟୁରିଟି ଗାର୍ଡଙ୍କୁ ସାଲ୍ୟୁଟ୍‌ର ଜବାବ ଦେଇଥିଲେ ଓ ପରେ ହାତରେ ଧରିଥିବା ଅଙ୍ଗୁରକୁ ଫ୍ୟାନ୍‌ଙ୍କୁ ଦେଖାଇ ଖାଇବାକୁ ଲାଗିଥିଲେ। ଏହା ଦେଖି ଫ୍ୟାନ୍‌ମାନେ ଜୋରରେ ଚିଲ୍ଲାଉଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ଭିଡିଓ ସେୟାର କରି ଚେନ୍ନାଇ ସୁପର କିଙ୍ଗସ୍‌ ତରଣରୁ କ୍ୟାପସନ୍‌ରେ ଲେଖାଯାଇଛି ‘ଦ ସ୍ୱିଟ୍‌ କିଙ୍ଗ’। ସୂଚନାଯୋଗ୍ୟ ଯେ ପୂର୍ବରୁ ମଧ୍ୟ ଧୋନିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା। ସେଥିରେ ସେ ଝିଅ ଜିଭା ସହ ଖେଳୁଥିବା ନଜର ଆସିଥିଲା। ସେହି ଭିଡିଓକୁ ତାଙ୍କ ପତ୍ନୀ ସାକ୍ଷୀ ସୁଟିଂ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.