ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ , ଗୁଜରାଟକୁ ଦେଲା ମାତ୍
ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ଵାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ର୍ନିଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ ।
ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସ୍ । ଆଇପିଏଲ-୨୦୨୩ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗ୍ସ । କ୍ଵାଲିଫାଇିଂ ମ୍ୟାଚରେ ଗୁଜରାଟକୁ ମାତ ଦେଲା ଚେନ୍ନାଇ । ୧୫ ରନରେ ଜିତିଲା ଧୋନୀ ବାହିନୀ । ପ୍ରଥମେ ବ୍ୟାଟିଂ କରି ର୍ନିଦ୍ଧାରିତ ଓଭରରେ ୧୭୨ ରନ କରିଥିଲା ଚେନ୍ନାଇ ସୁପର କିଙ୍ଗ୍ସ । ଜବାବରେ ୧୫୭ ରନରେ ଅଲଆଉଟ ହୋଇଗଲା ଗୁଜରାଟ ଟାଇଟନ୍ସ ।
ଚେନ୍ନାଇ ତରଫରୁ ଓପନର ଋତୁରାଜ ଗାଏକ୍ଵାଡ ୬୦ ରନ କରିଥିବାବେଳେ ଡେଭନ କନେଓ୍ଵ ୪୦ରନ କରିଥିଲେ । ରବିନ୍ଦ୍ର ଜାଡେଜା ୨୨ରନ କରିବାକୁ ସକ୍ଷମ ହୋଇଥିଲେ । ଗୁଜରାଟ ତରଫରୁ ଶୁଭମନ ଗିଲ ୪୨ ରନ କରିଥିବାବେଳେ ରିଦ୍ଧିମାନ ଶାହା କରିଥିଲେ ୧୨ ରନ ।
ମାତ୍ର ୮ରନ କରି ପାଭିଲିୟନ ଫେରିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡିଆ । ଆଜି ଏଲଏସଜି ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ ଅଛି । ଏମାନଙ୍କ ମଧ୍ୟରୁ ଯିଏ ଜିତିବ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ଗୁଜରାଟକୁ ଭେଟିବ ।