ଆଇପିଏଲ ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ୍ ଚିନ୍ତାରେ, କରୋନା ପଜିଟିଭି ଚିହ୍ନଟ ହେଲେ ଚେନ୍ନାଇର ଟିମ୍ ସଦସ୍ଯ

କ୍ରିକେଟ ଜଗତକୁ ମଧ୍ୟ ଧୀରେ ଧୀରେ କବଳିତ କରୁଛି କରୋନା। କିଛିଦିନ ପୂର୍ବରୁ ସଚିନଙ୍କୁ କରୋନା ହୋଇଥିବା ବେଳେ ଅକ୍ଷର ପଟେଲଙ୍କୁ ମଧ୍ୟ କରୋନା ହୋଇଛି। ଏହାମଧ୍ୟରେ ଆଇପିଏଲ ଏପ୍ରିଲ ୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ତା’ ପୂର୍ବରୁ ୱଙ୍ଖଡେ ଷ୍ଟାଡିଅରମର ୮ ଜଣ ସଦସ୍ଯ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଏବେ ଚେନ୍ନାଇ ସୁପର କିଙ୍ଗସର ଜଣେ ସଦସ୍ଯଙ୍କର କରୋନା ଟେଷ୍ଟ ପଜିଟିଭ ଆସିଛି। ଏଥିପାଇଁ ବିସିସିଆଇର ଚିନ୍ତା ବଢିଯାଇଛି।

ରିପୋର୍ଟ ମୁତାବକ, କରୋନାରେ ସଂକ୍ରମିତ ହୋଇଥିବା ସଦସ୍ଯ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ନୁହନ୍ତି। ଏହି ଅଧିକାରୀଙ୍କ ରିପୋର୍ଟ ପଜିଟିଭି ଆସିବା ପରେ ତାଙ୍କୁ ଅଲଗା ଆଇସୋଲେସନ ରଖାଯାଇଛି। ଏଥିପାଇଁ ସମସ୍ତ ଟିମ୍ ମେମ୍ବର ସୁରକ୍ଷିତ ରହିଛନ୍ତି ଏବଂ ନିଜର ଅଭ୍ଯାସ ଜାରି ରଖିଛନ୍ତି।

ଉଲ୍ଲେଖଯୋଗ୍ଯ, ଚେନ୍ନାଇ ଟିମ୍ ୧୦ ଏପ୍ରିଲରେ ଦିଲ୍ଲୀ କ୍ଯାପିଟାଲ୍ସ ସହିତ ମୁମ୍ବାଇରେ ଟୁର୍ନାମେଣ୍ଟର ପ୍ରଥମ ମ୍ଯାଚ ଖେଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.