କ୍ରୀଡା

ଷ୍ଟିଙ୍ଗ ଅପରେସନରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଗୁମର ଖୋଲିଲେ ବିସିସିଆଇ ଚୟନ କମିଟି ମୁଖ୍ୟ ଚେତନ ଶର୍ମା

ଟିମ୍‌ ଇଣ୍ଡିଆର ଖେଳାଳି ନିଜକୁ ଫିଟ୍‌ ରଖିବା ପାଇଁ ଯନ୍ତ୍ରଣା ଉପଶମ ଇଞ୍ଜେକ୍ସନ ନିଅନ୍ତି । ବିସିସିଆଇର ଚୟନ କମିଟି ମୁଖ୍ୟ ଚେତନ ଶର୍ମା ଷ୍ଟିଙ୍ଗ୍ ଅପରେସନ୍ ବେଳେ ଖୁଲାସା କରିଛନ୍ତି । ଚେତନ ଶର୍ମା କହିଛନ୍ତି, ଭାରତୀୟ କ୍ରିକେଟର ନିଜକୁ ଫିଟ୍ ରଖିବା ପାଇଁ ଯନ୍ତ୍ରଣା ଉପଶମ ପାଇଁ ପେନ୍ କିଲର୍ ଇଞ୍ଜେକ୍ସନ ନିଅନ୍ତି । ଖେଳାଳି ଚୟନ ପୂର୍ବରୁ ୮୦-୮୫ ପ୍ରତିଶତ ଫିଟ୍ ଥିଲେ ବି କ୍ରିକେଟର ନେଇଥାନ୍ତି ଇଞ୍ଜେକସନ୍ । ଷ୍ଟାର ଖେଳାଳି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିଲେ ବି ଏନସିଏ ସେମାନଙ୍କୁ ଗ୍ରୀନ୍ ସିଗନାଲ୍ ଦେଇଥାଏ । ଏହାପରେ ଚୂଡ଼ାନ୍ତ ନିଷ୍ପତ୍ତି ଚୟନକର୍ତ୍ତାଙ୍କ ଉପରେ ଛାଡ଼ି ଦିଆଯାଇଥାଏ ବୋଲି କହିଛନ୍ତି ଚେତନ ଶର୍ମା ।

ସବୁ ଖେଳାଳିଙ୍କର ନିଜର ବ୍ୟକ୍ତିଗତ ଡାକ୍ତର ରଖିଛନ୍ତି। ଯେତେବେଳେ ଖେଳାଳିମାନେ ଆହତ ହୁଅନ୍ତି, ସେମାନଙ୍କ ଡାକ୍ତର ତାଙ୍କୁ ଫିଟ୍ କରାଇବା ପାଇଁ ଇଞ୍ଜେକ୍ସନ୍ ଯୋଗାଇ ଦିଅନ୍ତି ବୋଲି ଚେତନ କହିଛନ୍ତି।

ସେହିପରି ବିରାଟ କୋହଲି, ରୋହିତ ଶର୍ମା ଓ ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ଉପରେ ବି ମତ ରଖିଛନ୍ତି । ଚେତନ କହିଛନ୍ତି, ୨୦୨୧ ଟି- ୨୦ ବିଶ୍ୱକପ୍ ପୂର୍ବରୁ କୋହଲି ଦଳର ନେତୃତ୍ୱ ଛାଡିବା ପାଇଁ ଚାହିଁଥିଲେ । ଏବେ ବି ଦଳ କୋହଲିଙ୍କ କଥାରେ ଚାଲୁଛି । ରୋହିତ ଅଧିନାୟକ ଥିବା ସତ୍ତ୍ୱେ ସବୁ ନିଷ୍ପତ୍ତି କୋହଲି ନେଉଥିବା କହିଛନ୍ତି ଚେତନ ଶର୍ମା । ରୋହିତ ଓ କୋହଲିଙ୍କ ଭିତରେ କୌଣସି ବିବାଦ ନାହିଁ । କିନ୍ତୁ ପରସ୍ପର ପ୍ରତି ଇର୍ଷା ଓ ଅହଙ୍କାର ଭାବ ରହିଛି । ସେ ଆହୁରି କହିଛନ୍ତି, କୋହଲି ଓ ଗାଙ୍ଗୁଲିଙ୍କ ଭିତରେ ଇର୍ଷା ଯୋଗୁ ଫାଟ ସୃଷ୍ଟି ହୋଇଥିଲା । ତେଚନ ଶର୍ମାଙ୍କ ଷ୍ଟିଙ୍ଗ ଅପରେସନ୍ର ଖୁଲାସା ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । କାଠଗଡ଼ାକୁ ଟଣା ହୋଇଛି ଭାରତୀୟ କ୍ରିକେଟ ବୋର୍ଡ ।

ଚେତନଙ୍କ କହିବାନୁସାରେ, ଶୁବମନ ଗିଲ୍ଙ୍କୁ ଟି-୨୦ ଦଳରେ ସ୍ଥାନ ଦେବା ପାଇଁ ରୋହିତ ଓ କୋହଲିଙ୍କ ଭଳି ଖେଳାଳିଙ୍କୁ ହଟାଇବାକୁ ପଡ଼ିଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭବିଷ୍ୟତକୁ ଦେଖି ସେ ହିଁ ଟି- ୨୦ ପାଇଁ ନେତୃତ୍ବ ନେଇପାରିବେ ଏବଂ ରୋହିତ ଧୀରେ ଧୀରେ ଟି- ୨୦ ଦଳରୁ ସଂପୂର୍ଣ୍ଣ ଭାବେ ହଟିଯିବେ ବୋଲି ଚୟନ ସମିତି ଚାହୁଥିଲା। ହାର୍ଦ୍ଦିକ ଯେତେବେଳେ ବି ଦିଲ୍ଲୀ ଆସୁଥିଲେ ଚେତନଙ୍କ ଘରକୁ ଯାଇ ଘଣ୍ଟା ଘଣ୍ଟା ସମୟ ବିତାଉଥିଲେ। ଏପରିକି ହାର୍ଦ୍ଦିକଙ୍କ ଉପସ୍ଥିତିରେ ରୋହିତଙ୍କ ସହିତ ମଧ୍ୟ ଚେତନ ଅଧିକ ସମୟ ଫୋନରେ ଆଲୋଚନା କରୁଥିଲେ। ଟି-୨୦ କ୍ରିକେଟରେ ଯୁବ ଖେଳାଳିମାନଙ୍କୁ ସାମିଲ କରାଯିବା ପଛରେ ତାଙ୍କ ହାତ ଥିବା ଚେତନ ସ୍ବୀକାର କରିଛନ୍ତି। ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ, ଗିଲ୍ ଇତ୍ୟାଦି ଖେଳାଳିମାନଙ୍କୁ ସେ ହିଁ ନିଜେ ଦଳରେ ଭର୍ତ୍ତି କରାଇଥିବା ଚେତନ ସ୍ବୀକାର କରିଥିଲେ।

ଏହାପରେ ଚେତନ ଶର୍ମା ନିଜ କଥାକୁ ଓଲଟାଇ କହିଛନ୍ତି, ଟିମ୍‌ ମ୍ୟାନେଜମେଣ୍ଟ ଜାଣିନାହିଁ ଖେଳାଳି ମାନେ କିପରି ଆଉ କେମିତି ଇଞ୍ଜେକ୍ସନ ନିଅନ୍ତି । ତେବେ ଖେଳାଳି ଇଞ୍ଜେକ୍ସନ ନେଇଥିବା କଥା ମୁଁ ଜାଣିଛି, ହେଲେ ଏହାକୁ ପ୍ରମାଣିତ କରିବାକୁ ମୋ ପାଖରେ କୌଣସି ପ୍ରମାଣ ନାହିଁ । ତେବେ ଏହି ଖବର ପ୍ରସାରିତ ହେବା ପରେ କ୍ରିକେଟ ଦୁନିଆରେ ଆଲୋଡ଼ନ ଖେଳିଯାଇଛି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନଙ୍କୁ ବଡ଼ ଧକ୍କା ଲାଗିଛି।

Swagatika

Recent Posts

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

1 hour ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

2 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

3 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

4 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

4 hours ago

ବିଜୟଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ କରୁଛନ୍ତି ନିବେଦନ

ବୌଦ୍ଧ : ଚାଲିବାକୁ ଏହି ବାଡି ଖଣ୍ଡିକ ହିଁ ସାହାରା । ତଥାପି ପାଖରେ କେହି ଜଣେ ନ ରହିଲେ…

4 hours ago