ଚେତେଶ୍ୱର ପୂଜାରାଙ୍କୁ ଝଟକା, ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ପ୍ରଥମ ମ୍ୟାଚ୍‌ରୁ ପଡିଲେ ବାଦ୍‌

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଚେତେଶ୍ୱର ପୂଜାରାଙ୍କୁ ବଡ ଝଟକା ଲାଗିଛି। ପୂଜାରା କାଉଣ୍ଟି ଚାମ୍ପିଅନସିପରେ ସସେକ୍ସ ପୂର୍ବରୁ ପ୍ରଥମ ମ୍ୟାଚରୁ ବାଦ୍‌ ପଡିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ ଟିମରୁ ବାଦ୍‌ ପଡିବା ପରେ ପୂଜାରା ଇଂଲଣ୍ଡ କାଉଣ୍ଟି ଟିମ୍‌ ସସେକ୍ସ ସହିତ କାଉଣ୍ଟିଂ ଚାମ୍ପଅନସିପ ପାଇଁ ଚୟନ ହୋଇଥିଲେ। ୭ ଏପ୍ରିଲରୁ ପୂଜାରା ଏହି ମ୍ୟାଚ ପାଇଁ ଡେବ୍ୟୁ କରିଥାନ୍ତେ, କିନ୍ତୁ ଏହା ପୂର୍ବରୁ ହିଁ ବଡ ଝଟକା ଲାଗିଛି। ସକ୍ସସେସର ପ୍ରଥମ ମ୍ୟାଚରୁ ବାଦ୍‌ ପଡିଛନ୍ତି।

ଚେତେଶ୍ୱର ପୂଜାରାଙ୍କ ଭିସାରେ ଏପର୍ଯ୍ୟନ୍ତ ମୋହର ବାଜିନାହିଁ। ଯାହା ପାଇଁ ପ୍ରଥମ ମ୍ୟାଚରୁ ଟିମ୍‌ରୁ ବାଦ୍‌ ପଡିଛନ୍ତି। ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ପୂଜାରାଙ୍କ ଭିସା ସମ୍ବନ୍ଧୀୟ ମାମଲାରେ ବିଳମ୍ବ ହେଉଛି। ସସେକ୍ସର ଫରଫରମାନ୍ସ ଡାଇରେକ୍ଟର କୀଥ ଗ୍ରୀନଫିଲ୍ଡ କହିଛନ୍ତି, ଇଂଲଣ୍ଡରେ ଭିସା ସମ୍ବନ୍ଧୀୟ ଅଫିସ ୟୁକ୍ରେନ ଲୋକଙ୍କୁ ସ୍ଥାନାନ୍ତରିତ କରିବାରେ ବ୍ୟସ୍ତ ରହିଛି। ସେ କହିଛନ୍ତି, ପୂଜା ଗତ ସପ୍ତାହରେ ଟିମ୍‌ ସହିତ ଯୋଡି ହେବେ ବୋଲି ଆଶା କରାଯାଉଛି।

ପୂଜାରା ଆଗାମୀ ସପ୍ତାହରେ ଡର୍ବିଶର ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ ପାଇଁ ଚୟନ ହୋଇପାରନ୍ତି। ସସେକ୍ସର କୋଚ ଏବଂ ଇଂଲଣ୍ଡ ର ପୂର୍ବ ଲେଗ ସ୍ପିନର ଇଆନ ସଲିସବରୀ କହିଛନ୍ତି, ପ୍ରଥମ ମ୍ୟାଚରୁ ପୂଜାରାଙ୍କୁ ବାଦ୍‌ ପଡିବା ନିରାଶଜନକ କିନ୍ତୁ ଆମେ ପ୍ରଥମ ମ୍ୟାଚକୁ ଧ୍ୟାନର ସହିତ ଖେଳିବୁ।

ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ୍‌ ଡେଭିସ ହେଡଙ୍କୁ ପୂଜାରାଙ୍କ ସ୍ଥାନରେ ରିପ୍ଲେସମେଣ୍ଟ କରାଯାଇଛି। ପୂଜାରା ଦ୍ୱିତୀୟ ମ୍ୟାଚରେ ନିଶ୍ଚିତ ଖେଳିବେ। ପୂଜାରା ଟେଷ୍ଟ କ୍ରିକେଟରେ ୬୫୦୦ରୁ ଅଧିକ ରନ୍‌ କରିସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.