ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂ ଦେଖୁଥିବାର ନଜର ଆସିଲା ଛୋଟୁ ପାଣ୍ଡ୍ୟା, ମୁମ୍ବାଇ ଇଣ୍ଡିଆନ୍ସ ଫଟୋ ସେୟାର କରି ଲେଖିଲା ଏମିତି କିଛି

ଆଇପିଏଲର ଚଳିତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ ତା’ର ପ୍ରଥମ ବିଜୟ ହାସଲ କରିଛି। ଟିମ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ୪୯ ରନରେ ଜିତିଛି। ମ୍ୟାଚ ପରେ ମୁମ୍ବାଇ ଇଣ୍ଡିଆନ୍ସ ସୋସିଆଲ ମିଡିଆରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ନତାଶାଙ୍କର ଏକ ଫଟୋ ସେୟାର କରିଛି, ଯେଉଁଥିରେ ସେ ନିଜ ପୁଅକୁ କୋଳରେ ଧରି ଆରାମରେ ମ୍ୟାଚ ଦେଖୁଛନ୍ତି। ଫଟୋ ସେୟାର କରି ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପସନ ଲେଖିଥିଲା ଯେ ‘ଆମ ପରିବାରର ସବୁଠୁ ଛୋଟ ସଦସ୍ୟ ଅଗସ୍ତ୍ୟ’।

u

ଦୀର୍ଘଦିନ ଧରି ଆଫେୟର ଚାଲିବା ପରେ ହାର୍ଦ୍ଦିକ ଓ ନତାଶା ବର୍ଷ ଆରମ୍ଭରେ ହିଁ ନିର୍ବନ୍ଧ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। ସେମାନେ ଲକଡାଉନ ସମୟରେ ବିବାହ ମଧ୍ୟ କରିନେଇଥିଲେ। ନତାଶା ଜୁଲାଇରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ, ଯାହାର ନାଁ ‘ଅଗସ୍ତ୍ୟ’ ରଖାଯାଇଛି।