ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର

ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି। ପାକିସ୍ତାନର ପୂର୍ବତନ କ୍ରିକେଟ ଶୋଏବ ଅଖତର ଏବଂ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ମଧ୍ୟ ଟ୍ଵିଟରରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ପାକିସ୍ତାନ ହାରିବା ପରେ ହୃଦୟ ଭାଙ୍ଗିଯିବା ଇମୋଜି ଟ୍ଵିଟ୍ କରି ଲେଖିଛନ୍ତି, ‘ସରି ବ୍ରଦର, ଇଟସ କଲ୍ କର୍ମା ।’ ଏହି ଟୁଇଟ ଭାଇରଲ ହେବା ସହିତ ଟ୍ରେଣ୍ଡ ମଧ୍ୟ କରିଥିଲା। କିନ୍ତୁ ଏହି ଟ୍ଵିଟରେ ଶୋଏବ ଅଖତର ଜବାବ ଦେଇଛନ୍ତି। ଅଖତର ହର୍ଷା ଭୋଗଲେଙ୍କ ଟ୍ଵିଟ୍ ସେୟାର କରିଛନ୍ତି। ଯେଉଁଥିରେ ସେ ପାକିସ୍ତାନୀ ବୋଲରଙ୍କ ପ୍ରଶଂସା କରିଛନ୍ତି। ଅଖତର ଏହି ଟୁଇଟ ସେୟାର କରି ଜବାବ ଦେଇଛନ୍ତି। ଆଉ ଲେଖିଛନ୍ତି, ଏହା କ’ଣ ବୁଦ୍ଧିମତାର ପରିଚୟ ବୋଲି ପ୍ରଶ୍ନ କରିଛନ୍ତି ।
Sorry brother
It’s call karma 💔💔💔 https://t.co/DpaIliRYkd
— Mohammad Shami (@MdShami11) November 13, 2022
ସୂଚନାଯୋଗ୍ୟ, ପୂର୍ବରୁ ବିଶ୍ୱକପ ଚାଲିଥିବା ସମୟରେ ଶୋଏବ ଲଗାତାର ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଖରାପ କହୁଥିଲେ। ସେମିଫାଇନାଲରେ ଟିମ୍ ଇଣ୍ଡିଆ ହାରିବା ପରେ ପାକିସ୍ତାନ ଉତ୍ସବ ମନାଉଥିଲା। ଆଉ ପାକିସ୍ତାନ ଫାଇନାଲରେ ହାରିବା ପରେ ମହମ୍ମଦ ସାମିଙ୍କ ଏହି ଟ୍ଵିଟ୍ ଭାଇରଲ ହୋଇଗଲା।
The difference @MdShami11 pic.twitter.com/yG8DwUOEqq
— Ihtisham Ul Haq (@iihtishamm) November 13, 2022
ତେବେ ଏହି ଦୁହିଁଙ୍କ ଟୁଇଟ ଝଡକୁ ନେଇ ମୁହଁ ଖୋଲିଛନ୍ତି ସାହିଦ ଆଫ୍ରିଦି। ଆଫ୍ରିଦି କହିଛନ୍ତି, ଆମେ ସମସ୍ତେ କ୍ରିକେଟର୍ସ। ଆମେ ରୋଲ୍ ମଡେଲ। ଆମେ ଚେଷ୍ଟା କରିବା ଏସବୁ ଶେଷ ହେଉ। ଆମେ ପରସ୍ପରର ପଡୋଶୀ। ଆମେ ଏପରି ହେଲେ, ସାଧାରଣ ଲୋକଙ୍କ ଠାରୁ କ’ଣ ଆଶା କରାଯିବ। ଖେଳରେ ଆମ ସଂପର୍କ ସୁଦୃଢ ହେଉ। ଆପଣ ବର୍ତ୍ତମାନର ଖେଳାଳି ଏପରି କହିବା ଅନୁଚିତ ।