ପ୍ୟାରିସ ପାରାଅଲିମ୍ପିକ୍ସରେ ଗୁଞ୍ଜରିତ ହେଲା ବିରାଟ କୋହଲିଙ୍କ ନାମ, ଭିଡିଓ ଦେଖିଲେ ଆପଣ କରିବେ ଗର୍ବ

ପ୍ୟାରିସରେ ପାରାଅଲିମ୍ପିକ୍ସ ଖେଳ ଜାରି ରହିଛି । ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତୀୟ ଖେଳାଳି ବଢିଆ ପ୍ରଦର୍ଶନ କରୁଛନ୍ତି । ପ୍ୟାରିସ ପାରାଅଲିମ୍ପିକ୍ସରେ କ୍ରିକେଟର ସ୍ଥାନ ନାହିଁ କିନ୍ତୁ ଏଠାରେ ଭାରତୀୟ କ୍ରିକେଟ ଟିମର ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ନାମ ଚାରିଆଡେ ଶୁଣିବାକୁ ମିଳିଛି । ପ୍ୟାରିସ ପାରାଅଲିମ୍ପିକ୍ସରେ କିଙ୍ଗ କୋହଲିଙ୍କ ନାମ ଗୁଞ୍ଜରିତ ହେଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ନୀତେଶ କୁମାର ନିଜର ଆଦର୍ଶ ବିରାଟ କୋହଲିଙ୍କୁ ମାନନ୍ତି । ବିରାଟଙ୍କ ବିଷୟରେ କମେଣ୍ଟଟେଣ୍ଟରଙ୍କ ସହିତ କଥା ହେଉଥିଲେ ନୀତେଶ । ନୀତେଶ ମ୍ୟାଚ ସମୟରେ କମେଣ୍ଟଟେଣ୍ଟରଙ୍କୁ କହୁଥିଲେ କି ଭାରତରେ ଅଧିକାଂଶ ଲୋକ ବିରାଟ କୋହଲିଙ୍କୁ ନିଜର ହିରୋ ବୋଲି ମାନନ୍ତି । ମୋ ହିରୋ ମଧ୍ୟ ବିରାଟ କୋହଲି । ଜଣେ ଶ୍ରେଷ୍ଠ ଭାରତୀୟ କ୍ରିକେଟର । ସେ ପୂର୍ବରୁ ଭାରତୀୟ ଟିମର ଅଧିନାୟକ ହୋଇଛନ୍ତି ।

ସୂଚନାଯୋଗ୍ୟ, ନୀତେଶ କୁମାର ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସଏଲ ୩ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲ ମ୍ୟାଚରେ ନୀତେଶ ଗ୍ରେଟ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୧୮-୨୧, ୨୩-୨୧ରେ ହରାଇଥିଲେ । ଏହି ଇଭେଣ୍ଟ ବେଶ ରୋମାଞ୍ଚକ ଥିଲା । ପ୍ରଥମ ରାଉଣ୍ଡରେ ନୀତେଶ ଆଗୁଆ ରହିଥିଲେ । ଦ୍ୱିତୀୟ ରାଉଣ୍ଡରେ ଗେ୍ରଟ ବ୍ରିଟେର ଖେଳାଳି ଆଗୁଆ ରହିଥିବା ବେଳେ ତୃତୀୟ ରାଉଣ୍ଡରେ ପୁଣି ଆଗେଇ ଯାଇଥିଲେ । ନୀତେଶ ତୃତୀୟ ରାଉଣ୍ଡରେ ସ୍ବର୍ଣ୍ଣ ପଦକ ନିଜ ନାମରେ କରିଥିଲେ ।

ପ୍ୟାରିସ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟ ଭଲ ପ୍ରଦର୍ଶନ କରୁଛନ୍ତି । ୫ମ ଦିନରେ ଭାରତୀୟ ଖେଳାଳିଙ୍କୁ ୧୫ଟି ମେଡାଲ ମିଳିଛି । ଏଥିରେ ୩ଟି ସ୍ବର୍ଣ୍ଣ, ୫ଟି ରୌପ୍ୟ ଏବଂ ୭ଟି ବ୍ରୋଞ୍ଜ ସାମିଲ ରହିଛି । ପଦକ ତାଲିକାରେ ଭାରତ ୧୫ନଂ ସ୍ଥାନରେ ରହିଛି । ଏହାପୂର୍ବରୁ ଟୋକିଓ ପାରାଅଲିମ୍ପିକ୍ସରେ ଭାରତ ପାଖରେ ୧୯ଟି ପଦକ ରହିଥିଲା । ଏଥର କିନ୍ତୁ ପଦକ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

You might also like