ପୁଣି IPLରେ ପଶିଲା କରୋନା, ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ ରିପୋର୍ଟ ପଜିଟିଭ

ଆଇପିଏଲରେ ପଶିଲା କରୋନା । ସନରାଇଜର୍ସ ହାଇଦରାବାଦର ଖେଳାଳି ଟି. ନଟରାଜନଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ରିପୋର୍ଟ ଅନୁଯାୟୀ ତାଙ୍କ ଆର୍ଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏବେ ସେ ଆଇସୋଲେସନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ୬ ଜଣଙ୍କୁ ମଧ୍ୟ ଆଇସୋଲେସନରେ ଥିବା ଜଣାଯାଇଛି । କିନ୍ତୁ ଆଜି ଅନୁଷ୍ଠିତ ହେବାକୁ ସନରାଇଜର୍ସ ହାଇଦରାବାଦ ଓ ଦିଲ୍ଲୀ କ୍ୟାପିଟାଲସର ଅନ୍ୟ ଖେଳାଳିଙ୍କ ରିପୋର୍ଟ ନେଗେଟିଭ ଆସିଛି । ପୂର୍ବରୁ ଏହି ଦୁଇ ଦଳ ଭିତରେ ସ୍ଥିରୀକୃତ ହୋଇଥିବା ମ୍ୟାଚ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ସୂଚନା ଦେବା ଉଚିତ ହେବକି ଆଇପିଏଲର ଚତୁର୍ଦଶତମ ସଂସ୍କକଣ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ସିଜିନର ପ୍ରଥମ ମ୍ୟାଚ ଚେନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.