ଆଇସିସି ବିଶ୍ୱ ଟି-ଟ୍ବେଣ୍ଟିରେ ବିରଳ ରେକର୍ଡ଼, ଏକାଠି ବ୍ୟାଟିଂ କଲେ ସ୍ୱାମୀ ସ୍ତ୍ରୀ

ଗଏନା : ବିଶ୍ବ କ୍ରିକେଟରେ କିଏ କେତେ କୀର୍ତ୍ତିମାନ ସ୍ଥାପନ କରୁଛନ୍ତି ହେଲେ ବର୍ତ୍ତମାନ ୱେଷ୍ଟଇଣ୍ଡିଜରେ ଚାଲିଥିବା ଆଇସିସି ମହିଳା ବିଶ୍ବ ଟି-ଟ୍ବେଣ୍ଟିରେ ଦକ୍ଷିଣ ଆଫ୍ରିକାର ଦୁଇ ଜଣ ଖେଳାଳି ଯେଉଁ ରେକର୍ଡ଼ କରିଛନ୍ତି ତାହା ବିରଳ ନିଶ୍ଚୟ । ଏହି ଟୁର୍ଣ୍ଣାମେଣ୍ଟରେ ହଳେ ସ୍ବାମୀ ସ୍ତ୍ରୀ ଖେଳି ଭିନ୍ନ ଏକ ରେକର୍ଡ଼ କରିଛନ୍ତି । ଆପଣମାନେ ଭାବୁଥିବେ ଇଏ କେମିତିକା ଅଜବ କଥା । ମହିଳା କ୍ରିକେଟରେ ପୁଣି ସ୍ବାମୀ ସ୍ତ୍ରୀ କେମିତି ଖେଳିଲେ ? ଆସନ୍ତୁ ତାହା ହେଲେ ଜାଣିବା ପୂରା ଘଟଣା ।

HUSBAND AND WIFE-2
ବର୍ତ୍ତମାନ ବିଶ୍ବ ଟି-ଟ୍ବେଣ୍ଟିରେ ଖେଳୁଥିବା ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ହେଛନ୍ତି ଡେନ୍ ଭାନ୍ ନିଏକେର୍କ । ସେ ବାହା ହୋଇଛନ୍ତି ଦଳର ଅନ୍ୟ ଜଣେ ଖେଳାଳି ମାରିଜେନ୍ କାପ୍ ଙ୍କୁ । ମାନେ ସମଲିଙ୍ଗୀ ବିବାହ କରିଛନ୍ତି । ଗତ ୧୨ ତାରିଖ ଦିନ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ସେମାନେ ଏକାଠି ବ୍ୟାଟିଂ କରି ବିରଳ ରେକର୍ଡ଼ କରିଥିଲେ । କାପ୍ ଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବଳରେ ଦକ୍ଷିଣ ଆଫ୍ରିକା ଦଳ ୭ ୱିକେଟରେ ମ୍ୟାଚ ଜିତିଥିଲା ।
ଗତ ଜୁଲାଇ ମାସରେ ଦୁହିଁଙ୍କର ବାହାଘର ହୋଇଥିଲା । ଦଳର ଅଧିକାଂଶ ଖେଳାଳି ଏହି ବାହାଘରରେ ଉପସ୍ଥିତ ଥିଲେ ।

HUSBAND AND WIFE-1

ଅବଶ୍ୟ ଦଳର ସାଥୀ ଭାବେ ଏଭଳି ବିବାହ ନୂଆ ନୁହେଁ । ପୂର୍ବରୁ ନ୍ୟୁଜିଲାଣ୍ଡ ଦଳର ଦୁଇ ଖେଳାଳି ଆମୀ ସାତ୍ତରେଓ୍ଵଟ୍‌ ଓ ଲିଆ ତହୁହୁ ବିବାହ କରିଛନ୍ତି । କିନ୍ତୁ ସାଙ୍ଗ ହୋଇ ବ୍ୟାଟିଂ କରିବାରେ ରେକର୍ଡ଼ କରିଛନ୍ତି ଡେନ୍‌ ଭାନ୍‌ ଓ କାପ୍‌ । ଉଭୟ ଖେଳାଳି ଗତ ମାର୍ଚ୍ଚ ମାସରେ ଡେବ୍ୟୁ କରିଥିଲେ । ଗତ ୧୨ ତାରିଖ ଦିନ ସେମାନଙ୍କ ଭାଗିଦାରୀରେ ୭୬ ରନ୍‌ ସଂଗ୍ରହ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.