ମୋ କ୍ୟାରିଅର ପାଇଁ ବାପା ଚାକିରି ଛାଡିଦେଲେ, ମା’ ୩ ଘଣ୍ଟା ଶୁଏ :ବୈଭବ ସୂର୍ଯ୍ୟବଂଶୀ

ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ମାତ୍ର ୩୫ ବଲରେ ଶତକ ମାରି ଅନେକ ରେକର୍ଡକୁ ଧୂଳିସାତ କରିଛନ୍ତି । ବୈଭବ ଟି-୨୦ ଇତିହାସରେ ଶତକ ମାରିବାରେ ସବୁଠାରୁ କମ୍ ବୟସର ଖେଳାଳି ହୋଇଛନ୍ତି । ମ୍ୟାଚ ସରିବା ପରେ ଆଇପିଏଲ ପକ୍ଷରୁ ସୋସିଆଲ ମିଡିଆରେ ଏକ ଇଣ୍ଟରଭ୍ୟୁ ସେୟାର କରାଯାଇଛି, ଯେଉଁଥିରେ ବୈଭବ ନିଜ ପରିବାରର ସଂଘର୍ଷମୟ କାହାଣୀ କହୁଛନ୍ତି ।
ଭିଡିଓରେ ବୈଭବ ସୂର୍ଯ୍ୟବଂଶୀ କହିଛନ୍ତି, ‘ମୁଁ ଆଜି ଯାହା ବି ହୋଇପାରିଛି, ମୋ ବାପାମାଙ୍କ ଯୋଗୁଁ । ମୋର ଅଭ୍ୟାସ ପାଇଁ ସେମାନେ ରାତି ୨ଟାରେ ଉଠି ପଡ଼ୁଥିଲେ । ମାତ୍ର ୩ ଘଣ୍ଟା ଶୋଇ ମୋ କାମ ପାଇଁ ଲାଗିପଡନ୍ତି । ମୋ କ୍ୟାରିଅର ପାଇଁ ବାପା ଚାକିରି ଛାଡି ଦେଇଛନ୍ତି। ମୋ ବଡ଼ ଭାଇ ବାପାଙ୍କ କାମ ଦେଖୁଛନ୍ତି ଏବଂ ସେଥିରେ ଘର ଚଳୁଛି । ଆଉ ବାପା ମୋ ସବୁବେଳେ କୁହନ୍ତି-ତୁମେ ଏହା କରିପାରିବ… ଈଶ୍ୱର ଦେଖନ୍ତି ଯେ, ଯେଉଁମାନେ କଠିନ ପରିଶ୍ରମ କରନ୍ତି ସେମାନେ କେବେ ବିଫଳତାର ସମ୍ମୁଖୀନ ହୁଅନ୍ତି ନାହିଁ । ଆଉ ଏସବୁ ସମ୍ଭବ କେବଳ ମୋ ବାପା ମା’ଙ୍କ ତ୍ୟାଗ ପାଇଁ ହୋଇପାରିଛି ।
𝙏𝙖𝙡𝙚𝙣𝙩 𝙢𝙚𝙚𝙩𝙨 𝙊𝙥𝙥𝙤𝙧𝙩𝙪𝙣𝙞𝙩𝙮 🤗
He announced his arrival to the big stage in grand fashion 💯
It’s time to hear from the 14-year old 𝗩𝗮𝗶𝗯𝗵𝗮𝘃 𝗦𝘂𝗿𝘆𝗮𝘃𝗮𝗻𝘀𝗵𝗶 ✨
Full Interview 🎥🔽 -By @mihirlee_58 | #TATAIPL | #RRvGT https://t.co/x6WWoPu3u5 pic.twitter.com/8lFXBm70U2
— IndianPremierLeague (@IPL) April 29, 2025
ଐତିହାସିକ ଶତକୀୟ ଇନିଂସ ଖେଳିବା ପରେ ବୈଭବ କହିଛନ୍ତି, ମୁଁ କିଛିଦିନରୁ ଏଭଳି ଇନିଂସ ଖେଳିବାକୁ ଚାହୁଁଥିଲି, ଆଜି ଏହାର ଫଳ ମିଳିଛି । ଆଗାମୀ ମ୍ୟାଚରେ ଭଲ ଖେଳିବାକୁ ଚେଷ୍ଟା କରିବି ।
ମୁଁ ବହୁତ ଭଲ ଅନୁଭବ କରୁଛି । ଏହା IPLରେ ମୋର ପ୍ରଥମ ଶତକ ଏବଂ ଏହା ମୋର ତୃତୀୟ ଇନିଂସ ଥିଲା । ଟୁର୍ଣ୍ଣାମେଣ୍ଟ ପୂର୍ବରୁ କରାଯାଇଥିବା ଅଭ୍ୟାସ ଏବେ ଭଲ ଫଳାଫଳ ଦେଉଛି । ମୁଁ କେବଳ ବଲ୍କୁ ଦେଖେ ଏବଂ ଖେଳେ। ଯଶସ୍ୱୀ ଜୟସୱାଲଙ୍କ ସହ ବ୍ୟାଟିଂ କରିବା ମଜାଦାର, ସେ ମୋତେ କ’ଣ କରିବାକୁ ହେବ ତାହା ବୁଝାନ୍ତି ।
ବୈଭବ ସୂର୍ଯ୍ୟବଂଶୀଙ୍କ ପିତା ସଞ୍ଜୀବ ସୂର୍ଯ୍ୟବଂଶୀ ପୁଅର ସଫଳତାରେ ବହୁତ ଖୁସି । ବୈଭବଙ୍କ ପ୍ରଦର୍ଶନ ପାଇଁ ଆମେ ରାଜସ୍ଥାନ ରୟାଲ୍ସ ପରିଚାଳନା ଏବଂ ମୁଖ୍ୟ ପ୍ରଶିକ୍ଷକ ,ଖେଳାଳି ସହ ଅନ୍ୟମାନଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବାକୁ ଚାହୁଁଛୁ । ଏହା ସହିତ, ଆମେ ବିହାର କ୍ରିକେଟ୍ ଆସୋସିଏସନ୍ (BCA) ର ସଭାପତି ରାକେଶ ତିୱାରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହୁଁଛୁ ।
Also Read : ‘ଆଉ କେତେ ତଳକୁ ଖସିବ’ ଆଫ୍ରିଦିଙ୍କୁ ଟାର୍ଗେଟ କଲେ ଶିଖର ଧୱନ, ଦେଲେ ଏଭଳି ପରାମର୍ଶ