ରୋହିତ ଶର୍ମା କୋଭିଡ ପଜିଟିଭ୍ : ଇଂଲଣ୍ଡ ଟେଷ୍ଟ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍‌କା, ବିସିସିଆଇ ଦେଲା ସୂଚନା

ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ଟିମ୍ ପାଇଁ କରୋନା କାଳ ଭାବେ ଛିଡ଼ାହୋଇଛି । ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କୋଭିଡ-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର (ଜୁନ ୨୫)ରେ ହୋଇଥିବା ରାପିଡ ଆଣ୍ଟିଜେନ ଟେଷ୍ଟରେ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟୁଇଟ କରି ଏହି ସୂଚନା ଦେଇଛି ।

ବିସିସିଆଇ ଲେଖିଛି ଯେ, ଅଧିନାୟକ ରୋହିତ ଶର୍ମା ଶନିବାର ଆୟୋଜିତ ରାପିଡ ଆଣ୍ଟିଜେନ ଟେଷ୍ଟରେ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବେ ସେ ଟିମ୍ ହୋଟେଲରେ ଆଇସୋଲେଶନରେ ଅଛନ୍ତି । ବିସିସିଆଇର ମେଡିକାଲ ଟିମ ତାଙ୍କ ଉପରେ ନଜର ରଖୁଛନ୍ତି । ରୋହିତ ଏବେ ଲିସେ।ଷ୍ଟରଶାୟର ବିପକ୍ଷରେ ଚାଲଥିବା ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି । କିନ୍ତୁ ସେ ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇ ନଥିଲେ । ତେବେ ସେ ପ୍ରଥମ ଇନିଂସରେ ୨୫ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।

ଏହା ପୂର୍ବରୁ ଭାରତୀୟ ଦଳର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବି କରୋନାରେ ସଂକ୍ରମିତ ହୋଇଥିଲେ । ଯେଉଁଥିପାଇଁ ସେ ଅନ୍ୟ ଖେଳାଳିମାନଙ୍କ ସହ ଲଣ୍ଡନ ଯାଇ ପାରି ନ ଥିଲେ । ଏବେ ସେ ସୁସ୍ଥ ହୋଇଯାଇଛନ୍ତି । ଗଣମାଧ୍ୟମର ସୂଚନା ଅନୁଯାୟୀ, ଗତ ସପ୍ତାହରେ ଲଣ୍ଡନ ପହଞ୍ଚିବା ପରେ ବିରାଟ କୋହଲି ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ହେଲେ ଏବେ ସେ ସୁସ୍ଥ ହୋଇଯାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.