ସ୍କଟଲ୍ୟାଣ୍ଡ ବିପକ୍ଷରେ ଜିତିବା ପରେ ଏପରି ହେଲା ବିରାଟଙ୍କ ଜନ୍ମଦିନର ସେଲିବ୍ରେସନ୍; ଦେଖନ୍ତୁ ଭିଡିଓ

ଭାରତ ଅଧିନାୟକ ବିରାଟ କୋହଲି ତାଙ୍କର ୩୩ ତମ ଜନ୍ମଦିନକୁ ଏକ ବିଶେଷ ଢଙ୍ଗରେ ପାଳନ କରିଥିଲେ। ଟିମ ଇଣ୍ଡିଆ ପ୍ରଥମେ ଟି -20 ବିଶ୍ୱକପ -୨୦୨୧ ରେ ସ୍କଟଲ୍ୟାଣ୍ଡ (IND ବନାମ SCO) କୁ ୮ ୱିକେଟରେ ପରାସ୍ତ କରିଛି । ଏହା ପରେ ଇଣ୍ଡିଆ ଟିମ୍ ଡ୍ରେସିଂ ରୁମରେ ବହୁତ ଖୁସି ମନାଇଥିଲେ। ଇନଷ୍ଟାଗ୍ରାମରେ ସୂର୍ଯ୍ୟକୁମାର ଯାଦବ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବିରାଟଙ୍କ ମୁହଁରେ କେକ୍ ଲାଗିଛି। ସ୍କଟଲ୍ୟାଣ୍ଡ ଉପରେ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାର ଭାରତୀୟ ଦଳର ଆଶା ରହିଛି ।

ଶୁକ୍ରବାର ଦିନ ଦୁବାଇରେ ଚାଲିଥିବା ସୁପର -୧୨ ପର୍ଯ୍ୟାୟ ମ୍ୟାଚରେ ଭାରତୀୟ ଦଳ ସ୍କଟଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରିଛି। ସ୍କଟଲ୍ୟାଣ୍ଡକୁ ୮୫ ରନ୍ କରି ଆଉଟ୍ ହୋଇଥିଲା, ଏହା ପରେ ଭାରତୀୟ ଟିମ୍ ୩୯ ବଲରେ ମ୍ୟାଚ୍ ଜିତିଥିଲେ। ବିଜୟ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି ବହୁତ ଖୁସି ମନେ ହେଉଥିଲେ। କୋହଲି କହିଛନ୍ତି, ‘ଆମେ ଏହିପରି ପ୍ରଦର୍ଶନ କରିବାକୁ ଚାହୁଁଥିଲୁ। ନଭେମ୍ବର ୭ ରେ ଆଫଗାନିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ଉପରେ ଆମର ନଜର ରହିଛି।

 

କୋହଲିଙ୍କ ୩୩ ତମ ଜନ୍ମଦିନ ମଧ୍ୟ ଶୁକ୍ରବାର, ନଭେମ୍ବର ୫ ରେ ହୋଇଥିଲା। ବିରାଟ କୋହଲି ଏନେଇ କହିଛନ୍ତି ଯେ, ବର୍ତ୍ତମାନ ମୁଁ ସେହି ପର୍ଯ୍ୟାୟରୁ ବାହାରି ଆସିଛି। ମୋ ପତ୍ନୀ ଏବଂ ଝିଅ ଏଠାରେ ଅଛନ୍ତି ଏବଂ ଏହା ମୋ ପାଇଁ ଯଥେଷ୍ଟ। ଏଠାରେ ନିଜ ପରିବାର ରହିବା ଏକ ଆଶୀର୍ବାଦ ସହ ସମାନ । ବିରାଟଙ୍କ ଜନ୍ମଦିନକୁ ଖୁବ୍ ଉତ୍ସାହର ସହ ପାଳନ କରିଛନ୍ତି । ଏଥିସହିତ ଡ୍ରେସିଂ ରୁମ୍‌ରେ କ୍ୟାପ୍ଟେନ୍ କୋହଲିଙ୍କ ଉପରେ କେକ୍ ବର୍ଷା କରାଯାଇଛି। ତାଙ୍କ ଦେହ ସାରା ସମସ୍ତେ କେକ୍ ବୋଳି ମୁଣ୍ଡ ଉପରେ କେକ୍‌ର ଏକ ଖଣ୍ଡ ଥୋଇ ଭିଡିଓ କରିଛନ୍ତି। ବିରାଟଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶାନ ଏବଂ ଋିଷଭ ପନ୍ତ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.