ଦିନେ ପେଟ ପୋଷିବା ପାଇଁ ମାରୁଥିଲେ ଝାଡୁ, କିନ୍ତୁ ଆଜି ପାଲଟିଛନ୍ତି ଆଇପିଏଲ ଷ୍ଟାର

ଆଇପିଏଲ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳାଇ ପାରିଛି । ଆଇପିଏଲ ସିଜିନରେ ଅଂଶ ଗ୍ରହଣ କରିବା ପରେ ଅନେକ ଯୁବ ଖେଳାଳିଙ୍କ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ସୁଧୁରି ଯାଇଛି । ଏମୀତିହିଁ ଜଣେ ଯୁବ ଖେଳାଳି ହେଉଛନ୍ତି ରୀଙ୍କୁ ସିଂହ । ରିଙ୍କୁଙ୍କ ପରିବାର ଖୁବ ଦାରିଦ୍ର୍ୟ ପରିସ୍ଥିତି ଦେଇ ଗତି କରୁଥିଲେ । କିନ୍ତୁ ରୀଙ୍କୁ ଆଇପିଏଲ ମ୍ୟାଚ ଖେଳିବା ପରେ ତାଙ୍କ ପରିବାରର ସ୍ଥିତି ବଦଳି ଯାଇଥିଲା । ୨୦୧୮
ଆଇପିଏଲ ସିଜିନରେ ରୀଙ୍କୁଙ୍କୁ କେକେଆର ଦଳ ୮୦ ଲକ୍ଷ ଟଙ୍କାରେ କିଣିଥିଲେ । ଏହିଠାରୁ ହିଁ ବଦଳିବାକୁ ଲାଗିଥିଲା ତାଙ୍କ ଭାଗ୍ୟ । ଏହା ପୂର୍ବରୁ ୨୦୧୭ ମସିହାରେ ରିଙ୍କୁଙ୍କୁ କିଙ୍ଗସ ଏକାଦଶ ପଞ୍ଜାବ ଦଳ ୧୦ ଲକ୍ଷ ଟଙ୍କାରେ କିଣିଥିଲେ । କିନ୍ତୁ ସେହିବର୍ଷ ତାଙ୍କୁ ଅଧିକ ସୁଯୋଗ ମିଳିପାରିନଥିଲା । କହିରଖିବା ଉଚିତ ହେବକି, ଉତ୍ତରପ୍ରଦେଶର ଆଲିଗଡ ଠାରେ ଜନ୍ମ ନେଇଥିଲେ ରିଙ୍କୁ ।

rinku

ସେ ଛୋଟ ଥିବା ସମୟରେ ତାଙ୍କ ପିତା ଘର ଘର ବୁଲି ଗ୍ୟାସ ସିଲିଣ୍ଡର ଡେଲିଭରି କରୁଥିବା ବେଳେ ଭାଇ ଅଟୋରିକ୍ସା ଚଳାଇ ଘରର ଗୁଜୁରାଣ ମେଣ୍ଟାଉଥିଲେ । ରୀଙ୍କୁ ହେଉଛନ୍ତି ପାଞ୍ଚ ଭାଇଭଉଣୀ । ପିଲାଟି ବେଳରୁ ହିଁ କ୍ରିକେଟ ଖେଳ ପ୍ରତି ତାଙ୍କର ଏକ ପ୍ରକାର ଦୁର୍ବଳତା ଥିଲା । କିନ୍ତୁ ପରିବାରର ସ୍ଥିତି ଭଲ ନଥିବାରୁ ଭାଇଙ୍କ ମାଧ୍ୟମରେ ଏକ ଝାଡୁଦାର ଚାକିରୀ କରିଥିଲେ ରୀଙ୍କୁ । ପରିବାରର ଦାରିଦ୍ରତା କାରଣରୁ ଅଧିକ ପାଠ ମଧ୍ୟ ପଢି ପାରିନାହାନ୍ତି । ଏମିତିକି ନବମ ଶ୍ରେଣୀରେ ଥରେ ଫେଲ ହୋଇଥିଲେ । କମ ଯୋଗ୍ୟତା କାରଣରୁ ତାଙ୍କୁ ଭଲ ଚାକିରୀ ବି ମିଳି ପାରୁନଥିଲା । କିନ୍ତୁ ଆଉ କୌଣସି ଉପାୟ ନପାଇ ନିଜ ଭାଗ୍ୟ ବଦଳାଇବା ପାଇଁ କ୍ରିକେଟକୁ ବାଛି ନେଇଥିଲେ ରିଙ୍କୁ । ଘରୋଇ ମ୍ୟାଚ ଗୁଡିକରେ ଖେଳିବା ଆରମ୍ଭ କରିଦେଇଥିଲେ ।

ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏକ ଟୁର୍ଣ୍ଣାମେଣ୍ଟରେ ସେ “ମ୍ୟାନ ଅଫ ଦ ସିରିଜ” ମଧ୍ୟ ହୋଇଥିଲେ । ଏନେଇ ପୁରସ୍କାର ବାବଦରେ ତାଙ୍କୁ ଏକ ବାଇକ ମଧ୍ୟ ମିଳିଥିଲା । କିନ୍ତୁ ଏହାକୁ ସେ ନିଜ ପିତାଙ୍କୁ ଦେଇ ଦେଇଥିଲେ । ଏହା ପରଠୁ ରିଙ୍କୁ ବିଭିନ୍ନ ଘରୋଇ କ୍ରିକେଟରେ ନିଜ ଉତ୍ତମ ପରଫରମାନ୍ସର ଛାପ ଛାଡି ବାକୁ ଲାଗିଥିଲେ । ୨୦୧୪ ମସିହା ବିଦର୍ଭ ବିରୋଧୀ ରଣଜୀ ଟ୍ରଫି ମ୍ୟାଚରେ ଡେବ୍ୟୁ କରିଥିଲେ ଏହି ଖେଳାଳି । ମ୍ୟାଚ ଖେଳି ଯାହା କିଛି ବି ଆୟ ହୁଏ ତାହାକୁ ନିଜ ପରିବାର ବାବଦରେ ଖର୍ଚ୍ଚ କରନ୍ତି ରୀଙ୍କୁ ।