BCCIକୁ ନାମୀଦାମୀ ବ୍ୟାଟ୍ସମ୍ୟାନଙ୍କ ସୂଚନା, ଟେଷ୍ଟ୍ ମ୍ୟାଚରୁ ସନ୍ୟାସ ନେବେ କି ବିରାଟ କୋହଲି?

ଭାରତୀୟ କ୍ରିକେଟ ଟିମର ନାମିଦାମୀ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କୁ ନେଇ ଆସିଲା ବଡ ଅପଡେଟ୍ । ଯାହା ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ ଦୁଃଖପୂର୍ଣ୍ଣ ଖବର । ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ଚାହୁଁଛନ୍ତି ବୋଲି BCCIକୁ କହିଛନ୍ତି ବିରାଟ କୋହଲି । ଏହି ବାବଦରେ ପୁଣି ଚିନ୍ତା କରିବାକୁ BCCIର ବରିଷ୍ଠ ଅଧିକାରୀ ବିରାଟ କୋହଲିଙ୍କୁ କହିଛନ୍ତି ବୋଲି ସୂଚନା ମିଳୁଛି ।
ବିରାଟ କୋହଲି ବର୍ତ୍ତମାନ ୩୬ ବର୍ଷ ବୟସରେ ପାଦ ଥାପି ସାରିଲେଣି । ଟେଷ୍ଟ କ୍ରିକେଟ୍ ଖେଳିବା ପାଇଁ ତାଙ୍କ ହାତରେ ଖୁବ୍ କମ୍ ସମୟ ରହିଛି । ଯାହା ଶୁଣିବା ପରେ ତାଙ୍କ ଫ୍ୟାନ୍ସମାନଙ୍କୁ ନିରାଶ କରିଦେଇଛି । ତାଙ୍କ କ୍ୟାରିୟର ମଧ୍ୟରେ ବିରାଟ କୋହଲି ବର୍ତ୍ତମାନ ପର୍ଯ୍ୟନ୍ତ ୧୨୩ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ୪୬.୮୫ଆଭରେଜରେ ୯୨୩୦ ରନ୍ କରିପାରିଛନ୍ତି । ଏହା ବ୍ୟତୀତ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ୩୦ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ କରିଛନ୍ତି । ଏଥି ସମେତ ଏହି ମ୍ୟାଚରେ ଲଗାତାର ଭାବେ ୭ଥର ଶତକ ମାରି ସଫଳତା ହାସଲ୍ କରିପାରିଛନ୍ତି ।
ଅନ୍ୟପଟେ ବିରାଟ କୋହଲିଙ୍କର ଟେଷ୍ଟ ଅଧିନାୟକ ଭାବେ ତାଙ୍କର ନାଁ ରହିଛି । ୬୮ଟି ଟେଷ୍ଟ ମ୍ୟାଚ ମଧ୍ୟରୁ ୪୦ଟି ବିଜୟ ଭାରତକୁ ଦେଇଛନ୍ତି । ସେହି ମ୍ୟାଚରେ ୫୪.୮୦ ଆଭରେଜରେ ୫୮୬୪ରନ୍ କରିଛନ୍ତି । ଏହି ସମୟ ମଧ୍ୟରେ କୋହଲି ୨୦ଟି ଶତକ ଏବଂ ୧୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । କୋହଲି ସର୍ବାଧିକ ସ୍କୋର ୨୫୪ ରନ୍ କରିଛନ୍ତି । ଅଗାମୀ ଦିନରେ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ ଇଂଲଣ୍ଡ ସହିତ ହେବାକୁ ଯାଉଛି । ହେଲେ କୋହଲି ଏହି ସମୟରେ କିଛି ଦିନ ପାଇଁ ଖେଳରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ଏଭଳି ପରିସ୍ଥିତିରେ BCCIର ବରିଷ୍ଠ ଅଧିକାରୀ ତାଙ୍କୁ ପୁନଃବିଚାର ସମ୍ପର୍କରେ ପରାମର୍ଶ ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ BCCIକୁ କୋହଲି କୌଣସି ସୂଚନା ଦେଇନାହାଁନ୍ତି ।
ଏପଟେ ରୋହିତ ଶର୍ମାଙ୍କ ଅବସର ନିଷ୍ପତ୍ତି ପରେ କୋହଲିଙ୍କୁ ନେଇ ଏପରି ଖବର ସାମ୍ନାକୁ ଆସିଛି । ଯାହା ଇଣ୍ଡିଆ ଟିମ୍କୁ ଦୁର୍ବଳ କରିବାର ଆଶଙ୍କା ରହିଛି । ଆଗାମୀ ଦିନରେ ଇଂଲଣ୍ଡରେ ହେବାକୁ ଥିବା ପାଞ୍ଚଟିକିଆ ଟେଷ୍ଟ ସିରିଜ ପାଇଁ ଦଳ ଚୟନ କରାଯିବ । ଚଳିତ ବର୍ଷର ବର୍ଡର ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପରଠାରୁ ବିରାଟ କୋହଲି ତାଙ୍କ ଟେଷ୍ଟ ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଅନୁମାନ କରାଯାଉଛି ।
ଏହାରି ମଧ୍ୟରେ ସୂଚନା ମିଳିଛି ଯେ,କୋହଲି ଯଦି ତାଙ୍କ ନିଷ୍ପତ୍ତିକୁ ନବଦଳାନ୍ତି ତେବେ ଆସନ୍ତା ଜୁନ୍ ୨୦ ତାରିଖରେ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଅନଭିଜ୍ଞ ଖେଳାଳୀଙ୍କ ସହ ଖେଳିବାକୁ ପଡିବ । ଯେଉଁଥିରେ କେଏଲ ରାହୁଲ, ଯଶ୍ବସୀ ଜୟସୱାଲ, ଶୁଭମନ ଗିଲ୍ ଏବଂ ରିଷଭ ପନ୍ତ ଭଳି ବ୍ୟାଟ୍ସମ୍ୟାନ ସାମିଲ ରହିବେ ।
Also Read : ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ପାଇଁ ଭାବୁକ ହେଲେ ବିରାଟ କୋହଲି, କଲେ ଏଭଳି ପୋଷ୍ଟ