ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ : ପଲିଟିକାଲ ରିପୋର୍ଟର ଏକାଦଶକୁ ହରାଇ ବିଜୟୀ ହେଲା କ୍ରାଇମ ରିପୋର୍ଟର ଏକାଦଶ

ବ୍ୟସ୍ତ ବହୁଳ ରିପୋର୍ଟିଂରୁ କିଛି ସମୟ ବାହାର କରି ପଲିଟିକାଲ ରିପୋର୍ଟର ଏକାଦଶ ଓ କ୍ରାଇମ ରିପୋର୍ଟର ଏକାଦଶ ମଧ୍ୟରେ ହୋଇଥିବା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ କ୍ରାଇମ ରିପୋର୍ଟର ଏକାଦଶ ପଲିଟିକାଲ ଏକାଦଶକୁ ହରାଇ ବିଜୟୀ ହୋଇଛି । ବିଧାୟକ ସୁରେଶ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମ୍ୟାଚର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ବରିଷ୍ଠ ସାମ୍ବାଦିକ ପ୍ରସନ ମହାନ୍ତି, ରବି ଯୋଗ ଦେଇଥିଲେ ।

କ୍ରାଇମ ଏକାଦଶ କ୍ୟାପଟେନ ପି ହେମନ୍ତ କୁମାର ଟସ ଜିତି ପଲିଟିକାଲ ଏକାଦଶକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରୀତିକାନ୍ତ ନାୟକ ଓ ଜଗଦୀଶ ଦାସଙ୍କ ଓପନିଂ ଯୋଡି ଭଲ ପ୍ରଦର୍ଶନ କରିଥିଲେ । ପରେ ଦେବାଶିଷଙ୍କ ଚମତ୍କାର ବ୍ୟାଟିଂ କରି ଦଳକ ୧୨ ଓଭରରେ ୧୧୪ ରନକୁ ପହଞ୍ଚାଇଥିଲେ। କ୍ରାଇମ ଏକାଦଶ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଚମକ ପ୍ରଦ ବିଜୟ ହାସଲ କରିଥିଲା । ସୁବାସ ଓ ଦୀପକଙ୍କ ଯୋଡି ଦଳକୁ ଜିତାଇଥିଲେ। ସୁବାସ ଧୂଆଁଧାର ୬୦ ରନ କରିଥିବାବେଳେ ଦୀପକ ୨୯ ରନ କରିଥିଲେ। ସୁବାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.