ରୋନାଲ୍ଡୋ କିଣିଲେ ବିଶ୍ୱର ଦାମୀ କାର, ଦାମ୍‌ ୭୫ କୋଟି ଟଙ୍କା

ପର୍ତ୍ତୁଗାଲର ଚର୍ଚ୍ଚିତ ଫୁଟବଲ ଖେଳାଳି କ୍ରିଷ୍ଟିୟାନୋ ରୋନାଲ୍ଡୋ ବିଶ୍ବର ସବୁଠାରୁ ଦାମୀ କାର ବୁଗାଟି ଲା ଭାଓଏଭର (Bugatti La Voeuvre) କିଣିଛନ୍ତି। ରୋନାଲ୍ଡୋ ଯେଉଁ କ୍ଲବ ପକ୍ଷରୁ ଫୁଟବଲ ଖେଳନ୍ତି ସେହି କ୍ଲବ ନିକଟରେ ୩୬ ତମ ସିରି ଏ ଚମ୍ପିଆନସିପରେ ଜିତିଥିଲା। ଏହାପରେ ସେ ଉପହାରରେ ଏହି କାର ନିଜ ପାଇଁ କିଣିଥିଲେ। କିନ୍ତୁ ଆପଣ ଏହି କାରର ମୂଲ୍ୟ ଜାଣିଲେ ନିଜ କାନକୁ ବି ବିଶ୍ୱାସ କରିପାରିବେ ନାହିଁ। ଏହି କାରକୁ କିଣିବା ପାଇଁ ସେ ୭୫ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

 

View this post on Instagram

 

You choose the view 😉😅

A post shared by Cristiano Ronaldo (@cristiano) on

ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି। ବୁଗାଟି ଲ ଓଏଭର(ସେଟୋଡିସି)କୁ କିଣିବା ପାଇଁ ସେ ପ୍ରାୟ ୮.୫ ମିଲିୟନ ୟୁରୋ(ପ୍ରାୟ ୭୫ କୋଟି) ମୂଲ୍ୟ ଦେଇଥିଲେ। ୩୫ ବର୍ଷୀୟ ଷ୍ଟାର ଫୁଟବଲର ରୋନାଲ୍ହୋ ନିଜର ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏହି କାରର ଫଟୋକୁ ନିଜର ପ୍ରଶଂସକଙ୍କ ପାଇଁ ଅପଲୋଡ୍ କରିଛନ୍ତି ଓ ତାଙ୍କୁ ସୂଚନା ଦେଇଛନ୍ତି। ବିଶ୍ବର ସବୁଠାରୁ ଦାମୀ କାରର ମାଲିକ ରୋନାଲ୍ଡୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.