ଫିଫା ବିଶ୍ୱକପ୍ରରେ କ୍ରୋଏସିଆର କମାଲ୍

ନୂଆଦିଲ୍ଲୀ : ଫିଫା ବିଶ୍ୱକପ୍ରରେ ୬୭ ମିନିଟ୍ ପର୍ଯ୍ୟନ୍ତ ପଛୁଆ ରହିବା ପରରେ ନିର୍ଧାରିତ ୯୦ ମିନିଟ୍ ଖେଳକୁ ୧-୧ରେ ଶେଷ କରିଥିଲା କ୍ରୋଏସିଆ। ତେବେ ଅତିରିକ୍ତ ସମୟ ଖେଳରେ ମାରିଓ ମଣ୍ଡଜୋକିକଙ୍କ ଗୋଲ୍ ବଳରେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିଛି କ୍ରଏସିଆ। ଫାଇନାଲରେ ଫ୍ରାନ୍ସକୁ ଟକ୍କର ଦେବ କ୍ରୋଏସିଆ । ବୁଧବାର ଇଂଲଣ୍ଡକୁ ୨-୧ଗୋଲରେ ହରାଇ ରବିବାର ଫ୍ରାନସ ବିପକ୍ଷ ମେଗାଫାଇନାଲ ପାଇଁ ଟିକେଟ୍ ହାସଲ କରିଛି।
ଆଶା କରାଯାଉଥିଲା ଅଭିଜ୍ଞ ଇଂଲଣ୍ଡ ମାତ୍ ଦେବ ବୋଲି । ହେଲେ କ୍ରୋଏସିଆ ଦଳ ଚମତ୍କାର ଖେଳି ପ୍ରଥମଥର ଫାଇନାଲରେ ପହଞ୍ଚିଛି । ମ୍ୟାଚ୍ର ପ୍ରଥମ ମିନିଟ୍ ଏକ ଫ୍ରିକିକ୍ରୁ ଇଂଲଣ୍ଡର କିରନ୍ ଟିପିଆର ଗୋଲ୍ କରିଥିଲେ । ୬୮ ମିନିଟରେ ଏହାକୁ ଶୁଝାଇଥିଲେ କ୍ରୋଏସିଆର ଇଭାନ୍ ପେରସିଚ୍ । ଅତିରିକ୍ତ ସମୟରେ ମଣ୍ଡଜୋକିଙ୍କ ଗୋଲ୍ କ୍ରୋଏସିଆର ଭାଗ୍ୟ ବଦଳାଇ ଦେଇଥିଲା । ଶନିବାର ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ତୃତୀୟ ସ୍ଥାନ ପାଇଁ ଖେଳ ହେବ ।