ଫିଫା ବିଶ୍ୱକପର କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ବ୍ରାଜିଲ ଏବଂ କ୍ରୋଏସିଆ

ଫିଫା ବିଶ୍ବକପ୍ କତାର ସଂସ୍କରଣର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଆଜିଠୁ ଆରମ୍ଭ ହେଉଛି। ବ୍ରାଜିଲ୍ ଓ କ୍ରୋଏସିଆ ମଧ୍ୟରେ ପ୍ରଥମ, ନେଦରଲାଣ୍ଡ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଦ୍ବିତୀୟ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିପରି ଶନିବାର କ୍ବାର୍ଟର ଫାଇନାଲ୍ରେ ପ୍ରଥମ ମ୍ୟାଚ୍ ମରକ୍କୋ-ପର୍ତ୍ତୁଗାଲ୍ ଏବଂ ଦ୍ବିତୀୟ ମ୍ୟାଚ୍ ଇଂଲଣ୍ଡ-ଫ୍ରାନ୍ସ ମଧ୍ୟରେ ଅନୁଷ୍ଠିତ ହେବ।

ବ୍ରାଜିଲ ଓ କ୍ରୋଏସିଆ ମଧ୍ୟରେ ଆଜି ମ୍ୟାଚ ୮.୩୦ ମିନିଟରେ ଆରମ୍ଭ ହେବ । ବ୍ରାଜିଲ ଟିମ୍‌ ଭଲ ସ୍ଥିତିରେ ରହିଛି । ବ୍ରାଜିଲ ଗ୍ରୁପ ୨ ପର୍ଯ୍ୟାୟରେ ୩ଟି ମ୍ୟାଚ ଜିତିଛି । ଅନ୍ୟପଟେ କ୍ରୋଏସିଆ କାତାର, ଜାପାନ ଭଳି ଟିମକୁ ହରାଇବାରେ ସକ୍ଷମ ହୋଇଛି ।

ବ୍ରାଜିଲ୍‌ ଗ୍ରୁପ୍‌ ଜି’ରେ ସର୍ବିଆ (୨-୦) ଓ ସ୍ବିଜରଲାଣ୍ଡ (୧-୦)କୁ ହରାଇଥିଲା ବେଳେ କାମେରୁନ୍‌ (୦-୧)ଠୁ ପରାଜିତ ସତ୍ତ୍ବେ ଗ୍ରୁପ୍‌ ବିଜେତା ହୋଇଥିଲା। ଅନ୍ୟପକ୍ଷରେ କ୍ରୋଏସିଆ କେବଳ କାନାଡାକୁ ୪-୧ ଗୋଲ୍‌ରେ ହରାଇଥିଲା ବେଳେ ମରକ୍କୋ (୦-୦) ଓ ବେଲଜିୟମ୍‌ (୦-୦) ସହିତ ଅମୀମାଂସତ ରଖି ଦଳ ଗ୍ରୁପ୍ଏ-ଫ୍‌ ଉପବିଜେତା ହୋଇଥିଲା। ତେବେ ଉଭୟ ଦଳ ଏସୀୟ ପ୍ରତିପକ୍ଷଙ୍କୁ ହରାଇ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.