ଖଣ୍ଡିଏ ଟିକେଟ ପାଇଁ ଅସମ୍ଭାଳ ଭିଡ: ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି, ପୋଲିସର ମୃଦୁ ଲାଠିଚାଳନା

କଟକ(କେନ୍ୟୁଜ୍‌): ଟି-ଟେ୍ଵଣ୍ଟି ଟିକେଟ ପାଇଁ ବାରବାଟୀରେ ଅସମ୍ଭାଳ ଭିଡ। ବିଳମ୍ବିତ ରାତିରୁ ଅପେକ୍ଷା କରି ରହିଥିଲେ କ୍ରିକେଟ ପ୍ରେମୀ। କାଉଣ୍ଟର ଖୋଲିବା ପରେ ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ମହିଳା କାଉଣ୍ଟର ଆଗରେ ଧସ୍ତାଧସ୍ତି ହେବାକୁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡ଼ିଥିଲା।

ସେହିପରି ଅନ୍ୟ କାଉଣ୍ଟର ଗୁଡ଼ିକ ଆଗରେ ବି ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ପୋଲିସ ଲାଠିଚାଳନା ସହ ପାଣି ମାଡ଼ କରିଥିଲା। ଭାରତ-ଦକ୍ଷିଣ ଆଫ୍ରିକା ଟି-ଟେ୍ଵଣ୍ଟି ପାଇଁ ଦର୍ଶକଙ୍କ ଭିତରେ ନାହିଁ ନଥିବା ଉତ୍କଣ୍ଠା ଦେଖିବାକୁ ମିଳିଛି। ମ୍ୟାଚକୁ ମଝିରେ ଆଉ ଦୁଇ ଦିନ ରହିଲା। ଆଜିଠୁ ସର୍ବସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ଚାଲିବ ଟିକେଟ ବିକ୍ରି ।

କାଉଣ୍ଟରରେ ବିକ୍ରି ହେବାକୁ ଥିବା ଟିକେଟରୁ ୧ ହଜାର ୩୬୨ଟି ଦାମୀ ଟିକେଟ ଥିବାବେଳେ ୧୦ହଜାର ୭୩୧ଟି ଗ୍ୟାଲେରୀ ଟିକେଟ ରହିଛି । ଜଣେ ବ୍ୟକ୍ତି ପରିଚୟପତ୍ର ଦେଖାଇ ସର୍ବାଧିକ ୨ଟି ଟିକେଟ କିଣୁଛନ୍ତି । ସମସ୍ତ ଟିକେଟ ବିକ୍ରି ହୋଇନପାରିଲେ ଆସନ୍ତାକାଲି ପୁଣି ୯ଟାରୁ କାଉଣ୍ଟର ଖୋଲିବ । ଟିକେଟ ବିକ୍ରି ବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ୧୨ ତାରିଖ ରବିବାର ଦିନ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ୱିତୀୟ ଟି-ଟେ୍ଵଣ୍ଟି ମ୍ୟାଚ୍‌ । ଆଜି ଦିଲ୍ଲୀରେ ପ୍ରଥମ ମୁକାବିଲା ରହିଛି । ସନ୍ଧ୍ୟା ୭ଟା ଆରମ୍ଭ ହେବ ମ୍ୟାଚ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.