ନୀରଜ ଚୋପ୍ରାଙ୍କୁ ୧ କୋଟି ଦେବାକୁ ଘୋଷଣା କଲା CSK, ସମ୍ମାନରେ ତିଆରି କରିବ ୮୭୫୮ ନମ୍ବର ଜର୍ସି

ଟୋକିଓ ଅଲମ୍ପିକରେ ସୁନା ପଦକ ଜିତି ନୀରଜ ଚୋପ୍ରା ସାରା ଦେଶକୁ ଗର୍ବିତ କରିଛନ୍ତି। ଏଣୁ ଏବେ ଚାରୁ ଆଡ଼ୁ ତାଙ୍କୁ ଶୁଭେଚ୍ଛା ସହ ପୁରସ୍କାରର ସୁଅ ଛୁଟିଛି। ଏବେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ଚେନ୍ନାଇ ସୁପର କିଙ୍ଗସ୍‌ ଫ୍ୟାଞ୍ଚାଇଜ୍‌ ମଧ୍ୟ ନୀରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କାର ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଏଥିସହ ତାଙ୍କ ସମ୍ମାନାର୍ଥେ ଏକ ସ୍ୱତନ୍ତ୍ର ଜର୍ସି ତିଆରି କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ସିଏସ୍‌କେ ତରଫରୁ କୁହାଯାଇଛି ଯେ ନୀରଜ ଚୋପ୍ରାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ସମ୍ମାନ ସ୍ୱରୂପ ୧ କୋଟି ଟଙ୍କା ଦିଆଯିବ। ଏଥିସହ ତାଙ୍କ ନାଁରେ ୮୭୫୮ ନମ୍ବରର ଏକ ସ୍ୱତନ୍ତ୍ର ଜର୍ସି ମଧ୍ୟ ତିଆରି କରାଯିବ।

ସୂଚନାଯୋଗ୍ୟ ଯେ ନୀରଜ ଚୋପ୍ରା ଶନିବାର ଦିନ ଟୋକିଓ ଅଲମ୍ପିକରେ ୮୭.୫୮ ମିଟର ଜାଭେଲିନ୍‌ ଥ୍ରୋ କରି ଐତିହାସିକ ବିଜୟ ହାସଲ କରିଥିଲେ। ଏଣୁ ତାଙ୍କ ସମ୍ମାନ ଲାଗି ଏହି ନମ୍ବରରେ ଏକ ଜର୍ସି ତିଆରି କରିବାକୁ ଚେନ୍ନାଇ ସୁପର କିଙ୍ଗସ୍‌ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.