କମନୱେଲଥ ଗେମ୍ସ ୨୦୨୨ : ଭାରତୀୟ ଯୋଦ୍ଧାଙ୍କ ସ୍ୱର୍ଣ୍ଣ ବର୍ଷା, ବଜରଙ୍ଗ , ସାକ୍ଷୀ ଓ ଦୀପକ ଜିତିଲେ ସ୍ୱର୍ଣ୍ଣ

ଭାରତର ଷ୍ଟାର ରେସଲରତଥା ଅଲମ୍ପିକ ପଦକ ବିଜେତା ବଜରଙ୍ଗ ପୁନିୟା, ସାକ୍ଷୀ ମଲିକ ଏବଂ ଦୀପକ ପୁନିଆ ଭାରତ ପାଇଁ ତିନୋଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଭାରତର ଅଂଶୁ ମଲ୍ଲିକ ଶୁକ୍ରବାର ଦିନ କମନୱେଲଥ ଗେମ୍ସ ରେସଲିଂ ଇଭେଣ୍ଟରେ ଡେବ୍ୟୁ କରିଥିଲେ। ଏହି ପଦକ ଜିତିବା ପରେ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ସଂଖ୍ୟା ୯ରେ ପହଞ୍ଚିଛି। ସ୍ୱର୍ଣ୍ଣ ଜିତିବା ତାଲିକାରେ ସାଉଥ ଆଫ୍ରିକା ଏବଂ ସ୍କଟଲାଣ୍ଡକୁ ପଛରେ ପକାଇଛନ୍ତି ଭାରତୀୟ କୁସ୍ତି ଯୋଦ୍ଧା।

ଟୋକିଓ ଅଲିମ୍ପିକ୍ ବ୍ରୋଞ୍ଜ ପଦକ ବିଜେତା ବଜରଙ୍ଗ ୬୫ କିଲୋଗ୍ରାମ ବର୍ଗର ପ୍ରଥମ ରାଉଣ୍ଡରେ ଚାରିଟି ମ୍ୟାଚ୍ ମଧ୍ୟରୁ ତିନୋଟି ଜିତିଥିଲେ। ସେ ଫାଇନାଲରେ କାନାଡାର ଲାଚଲାନ୍ ମ୍ୟାକନିଲଙ୍କୁ ୨-୧ରେ ପରାସ୍ତ କରିଥିଲେ।

ସାକ୍ଷୀ ମଲିକ ୬୨ କିଲୋଗ୍ରାମ ଫାଇନାଲରେ କାନାଡାର ଆନା ଗୋଣ୍ଡିନେଜ ଗୋଞ୍ଜାଲେସଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। କମନୱେଲଥ ଗେମ୍ସରେ ସାକ୍ଷୀଙ୍କ ଏହା ହେଉଛି ପ୍ରଥମ ସ୍ୱର୍ଣ୍ଣ ପଦକ। ଏହାପୂର୍ବରୁ ସେ କମନୱେଲଥ ଗେମ୍ସରେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି। ୫୭ କିଲୋଗ୍ରାମ ଫ୍ରିଷ୍ଟାଇଲ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ଅଂଶୁ ମଲ୍ଲିକ।

ପୁରୁଷ ୮୬ କିଲୋଗ୍ରାମ ଫ୍ରିଷ୍ଟାଇଲ ବର୍ଗରେ ଦୀପକ ପୁନିଆ ପାକିସ୍ତାନର ମହମ୍ମଦ ଇନାମଙ୍କୁ ୩-୦ରେ ପରାସ୍ତ କରି ଭାରତକୁ ତୃତୀୟ ସ୍ୱର୍ଣ୍ଣ ପ୍ରଦାନ କରିଛନ୍ତି। କୁସ୍ତିରେ ଭାରତ ଏପର୍ଯ୍ୟନ୍ତ ତିନୋଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ଜିତିଛି। ଦିବ୍ୟା ଏବଂ ମୋହିତ ବ୍ରୋଞ୍ଜ ପଦକ ଜିତିଛନ୍ତି।

 

Leave A Reply

Your email address will not be published.