ମନୁ ଭାକର ଏବଂ ଡି ଗୁକେଶଙ୍କୁ ମିଳିଲା ଖେଳରତ୍ନ ଆଓ୍ବାର୍ଡ, ୩୨ଜଣଙ୍କୁ ଅର୍ଜୁନ ଆୱାର୍ଡ ଦେଲେ ରାଷ୍ଟ୍ରପତି

ଜାତୀୟ ଖେଳ ପୁରସ୍କାର ସମାରୋହରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହୋଇଛି । ସମାରୋହରେ ପ୍ରମୁଖ ଖେଳାଳିଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଅଲମ୍ପିକ୍ସ ପଦକ ବିଜେତାକୁ ପ୍ରଦାନ କରିଛନ୍ତି । ପ୍ୟାରିସ୍ ଅଲମ୍ପିକ୍ସରେ ୨ଟି ପଦକ ଜିତିଥିବା ସୁଟର୍ ମନୁ ଭାକର, କିଶୋର ବର୍ଗରେ ୱାର୍ଲ୍ଡ ଚାମ୍ପିଅନ୍ ହୋଇଥିବା ଡି. ଗୁକେଶଙ୍କୁ ମିଳିଛି ପୁରସ୍କାର ।
ଜାତୀୟ ଖେଳ ପୁରସ୍କାର ସମାରୋହରେ କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ଉପସ୍ଥିତ ଥିଲେ । ପୁରୁଷ ହକି ଦଳ ଅଧିନାୟକ ହରମନପ୍ରୀତ ସିଂ ଏବଂ ପାରାଅଲମ୍ପିକ ହାଇଜମ୍ପ ସ୍ବର୍ଣ୍ଣ ବିଜେତା ପ୍ରବୀଣ କୁମାରଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରାଯାଇଛି । ଉଭୟ ଟୋକିଓ ଏବଂ ପ୍ୟାରିସ ଅଲମ୍ପିକରେ ଭାଗ ନେଇଥିବା ଭାରତୀୟ ହକି ଦଳ ବ୍ରୋଞ୍ଚ ପଦକ ଜିତି ଦେଶ ପାଇଁ ଗୌରବ ଆଣିଥିଲେ । ତେବେ ଆୟୋଜିତ ସମାରୋହରେ ମୋଟ ୩୪ ଜଣ ଆଥଲେଟଙ୍କୁ ଉଭୟ ଖେଳରତ୍ନ ସମ୍ମାନିତ କରାଯାଇଛି । ଏଥିରେ ୧୭ ଜଣ ପାରା ଆଥଲେଟ୍ ରହିଛନ୍ତି । ଅର୍ଜୁନ ପୁରସ୍କାର ପାଇଥିବା ଖେଳାଳି ଅମନ ସେହରାବତ, ସ୍ବପ୍ନିଲ କୁସାଲେ, ସରବଜୋତ ସିଂ, ରହିଛନ୍ତି ।
ସୂଚନାଯୋଗ୍ୟ, ଜାନୁଆରୀ ଆରମ୍ଭରୁ ୨୦୨୪ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତଙ୍କ ନାମ ଖେଳ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିଲା । ଭାରତରେ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠ ପୁରସ୍କାର ହେଉଛି ଖେଳ ରତ୍ନ । ୨୦୨୪ର ପ୍ୟାରିସ ଅଲିମ୍ପିକ୍ସରେ ୧୦ ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ଇଭେଣ୍ଟ ଏବଂ ୧୦ ମିଟର ଏୟାର ପିସ୍ତଲର ମିକ୍ସଡ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଲେ ମନୁ ଭାକର । ୧୮ ବର୍ଷୀୟ ଡି ଗୁକେଶ, ବିଶ୍ୱ ଚେସ୍ ଚାମ୍ପିଅନସିପ୍ ଟାଇଟଲ ବିଜେତା । ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ସେ ଏହି ସୌଭାଗ୍ୟ ଲାଭ କରିଥିଲେ । ଚୀନର ଡିଫେଣ୍ଡିଂ ଚାମ୍ପିଅନ ଡିଙ୍ଗ୍ ଲିରେନଙ୍କୁ ପରାଜିତ କରି ଡି. ଗୁକେଶ ହୋଇଥିଲେ ନୂଆ ଚାମ୍ପିଅନ ।
ହରମନପ୍ରୀତ ସିଂଙ୍କ ନେତୃତ୍ବରେ ଭାରତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ହକିରେ ବ୍ରୋଞ୍ଜ ପଦକ ଜିତିଥିଲା । ପାରାଅଲିମ୍ପିକ୍ସରେ ପ୍ରବୀଣ କୁମାର ହାଇଜମ୍ପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
Also Read : ମନୁ ଭାକର ଏବଂ ଡି ଗୁକେଶଙ୍କ ସମେତ ୪ ଜଣଙ୍କୁ ମିଳିବ ଧ୍ୟାନଚନ୍ଦ ଖେଳରତ୍ନ ଆୱାର୍ଡ, ୩୨ ଖେଳାଳିଙ୍କୁ ମିଳିବ ଅର୍ଜୁନ…