କ୍ରୀଡା

ଅଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲରେ ଫିଲ୍ମ ‘ପୁଷ୍ପା’ର ଡାଇଲଗ୍‌ କହିଲେ ଡେଭିଡ ଓ୍ଵାର୍ଣ୍ଣର, ଭିଡିଓ ଭାଇରଲ

ସାଉଥ ସୁପର ଷ୍ଟାର୍ ଅଲ୍ଲୁ ଅର୍ଜୁନଙ୍କ ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ବକ୍ସ ଅଫିସରେ ରେକର୍ଡ କରୁଛି। ଏହି ସୁପରହିଟ୍ ଫିଲ୍ମ କେବଳ ତେଲଗୁ ନୁହେଁ ଅନ୍ୟ ଭାଷାରେ ମଧ୍ୟ ଜୋରଦାର ବିଜନେସ୍ କରିଛି। ପ୍ରଥମ ସପ୍ତାହରେ ଫିଲ୍ମ ୧୬୫ କୋଟି ଟଙ୍କା ଆୟ କରିଥିଲା। ଏବେ ଏହି ଫିଲ୍ମର ଉତ୍ସାହ ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି। ଅଷ୍ଟ୍ରେଲୀୟ କ୍ରିକେଟର୍ ଡେଭିଡ୍ ୱାର୍ଣ୍ଣର୍ ଫିଲ୍ମରୁ ଏକ ଡାଏଲଗର ଲିପ୍ସିଂ ଭିଡିଓ ସେୟାର କରିଛନ୍ତି। ଡେଭିଡଙ୍କ ଏହି ଭିଡିଓକୁ ଲୋକ ଖୁବ୍ ପସନ୍ଦ କରୁଛନ୍ତି।

ଡେଭିଡ୍ ପ୍ରାୟତଃ ହୀନ୍ଦି ଫିଲ୍ମର ଡାଏଲଗ୍ସ ଏବଂ ଗୀତର ଟିକ୍ ଟକ୍ ଭିଡିଓ ସେୟାର କରନ୍ତି। ଏବେ ସେ ‘ପୁଷ୍ପା’ ଫିଲ୍ମରୁ ଅଲ୍ଲୁ ଅର୍ଜୁନଙ୍କ ଏକ ଲାଇନର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ଏହି ଭିଡିଓଟି ମାତ୍ର ୬ ସେକେଣ୍ଡର ଏବଂ ଏଥିରେ ଡେଭିଡ୍ ଏକ ଲାଇନର ଲିପ୍ସିଂ କରିଛନ୍ତି।

ସୂଚନାଯୋଗ୍ୟ, ଫିଲ୍ମ ‘ପୁଷ୍ପା’ ଏପର୍ଯ୍ୟନ୍ତ ଓ୍ଵାଲର୍ଡଓ୍ଵାଇଡ ୩୦୦ କୋଟି ଟଙ୍କା ଆୟ କରିସାରିଲାଣି। ଭାରତରେ ବକ୍ସ ଅଫିସରେ ୨୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିଛି। ଅଲ୍ଲୁ ଅୁର୍ଜନଙ୍କ ଅଭିନୀତ ଫିଲ୍ମଟି ୧୭ ଡିସେମ୍ବରରେ ରିଲିଜ ହୋଇଥିଲା। ଏଥିରେ ରଶ୍ମିକା ମନ୍ଦାନା ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମର ଏକ ଗୀତରେ ସାମନ୍ଥା ଆଇଟମ୍‌ ଡ୍ୟାନ୍ସ ମଧ୍ୟ କରିଛନ୍ତି, ଯାହାକୁ ଫ୍ୟାନ୍ସ ବେଶ୍‌ ପସନ୍ଦ କରିଥିଲେ।

Swagatika

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

46 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago