Categories: କ୍ରୀଡା

ଜାଣିଛନ୍ତି କି ଦୈନିକ କଣ ଖାଆନ୍ତି ଧୋନି, ଦିନକୁ ଖର୍ଚ୍ଚ କେତେ ?

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଏବଂ ବର୍ତ୍ତମାନର ୱିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କ ବିଷୟରେ ଆପଣ ଅନେକ କିଛି ଜାଣିଥିବେ । କିନ୍ତୁ ତାଙ୍କର ଗୋଟିଏ ଦିନର ଖାଇବା ଖର୍ଚ୍ଚ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ମହେନ୍ଦ୍ର ସିଂହ ଧୋନି ଏବେ ଆଇପିଏଲରେ ଚେନାଇ ସୁପର କିଙ୍ଗସ୍‌ର ଅଧିନାୟକ ଅଛନ୍ତି । ଆଗାମୀ ଆଇସିସି କ୍ରିକେଟ ବିଶ୍ୱ କପ୍‌ ଦଳରେ ମଧ୍ୟ ସେ ସାମିଲ ରହିଛି ।

ଆପଣଙ୍କୁ ଜଣାଇବାକୁ ଚାହିଁବୁ ନିଜକୁ ଫିଟ ରଖିବା ପାଇଁ ପୂର୍ବରୁ ପ୍ରଥମେ ଧୋନି ସକାଳେ ୫ ଲିଟର କ୍ଷୀର ପିଇ ଖେଳୁଥିଲେ ଯାହା ଅଧିକାଂଶ ଫ୍ୟାନଙ୍କୁ ଜଣା । ତେବେ ଏହି କାରଣରୁ ସେ ସୁନ୍ଦର ଛକ୍କା ମାରି ପାରନ୍ତି ବୋଲି ଦର୍ଶକ କୁହନ୍ତି। କିନ୍ତୁ ଏବେ ଧୋନିଙ୍କ ବୟସ ୩୮ ବର୍ଷ ହୋଇଥିବାରୁ ସେ ପୂର୍ବଭଳି ୫ ଲିଟର କ୍ଷୀର ପିଅନ୍ତି ନାହିଁ। କିନ୍ତୁ ଏବେ ମଧ୍ୟ ସେ ପ୍ରଚୁର ପରିମାଣର ପ୍ରୋଟିନ ଯୁକ୍ତ ଖାଦ୍ୟ ପ୍ରତି ଦିନ ଖାଆନ୍ତି।

କଣ ଖାଆନ୍ତି ଧୋନି

ଜଳଖିଆରେ ଧୋନି ତାଜା ଫଳ, ନଟ୍ସ ଓ ଦଲିୟା ଖାଆନ୍ତି । ଧୋନିଙ୍କୁ ସକାଳେ କ୍ଷୀର ପିଇବା ବହୁତ ପସନ୍ଦ।

ମଧ୍ୟାହ୍ନ ଭୋଜନରେ ଧୋନି ଚିକେନ, ରୁଟି ଓ ଡାଲି ଖାଇବା ପସନ୍ଦ କରନ୍ତି। ଏହା ବ୍ୟତୀତ ସେ ସାଲାଡ ସହ ଚିକେନ ସାଣ୍ଡୱିଚ୍ଚ ଖାଇବାକୁ ବହୁତ ଭଲ ପାଆନ୍ତି। ତାଙ୍କର ଗୋଟେ ଦିନର ଖାଇବା ଖର୍ଚ୍ଚ ପାଖାପାଖି ୧୦,୦୦୦ ଟଙ୍କା। ୩୮ ବର୍ଷର ଧୋନି ଆଜି ମଧ୍ୟ ବେଶ ଫୁର୍ତ୍ତିରେ କ୍ରିକେଟ୍ ଖେଳନ୍ତି।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

32 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

38 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago