ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ DCW
ଶୁବମନ ଗିଲଙ୍କ ଭଉଣୀଙ୍କୁ ଟ୍ରୋଲର୍ସ କରିଥିବା ୟୁଜର୍ସଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ DCW । ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ୱାତି ମାଲିଓ୍ଵାଲ ଟ୍ଵିଟ୍ କରି କହିଛନ୍ତି ।
ଆରସିବି ଆଇପିଏଲ୍ ୨୦୨୩ରୁ ବାଦ୍ ପଡିବା ପରେ ଶୁବମନ ଗିଲ୍ଙ୍କ ଭଉଣୀକୁ ଟାର୍ଗେଟ କରାଯାଇଛି । ଆଉ ଶୁବମନଙ୍କ ଭଉଣୀଙ୍କୁ ଟାର୍ଗେଟ କରିଥିବା ଲୋକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବ ଦିଲ୍ଲୀ ମହିଳା ଆୟୋଗ ।
ଶୁବମନ ଗିଲଙ୍କ ଶତକୀୟ ଇନିଂସ ଯୋଗୁଁ ଆରସିବି ପ୍ଲେ ଅଫରୁ ବାଦ୍ ପଡିଛି । ଆଉ ଆରସିବି ହାରିବା ପରେ ଶୁବମନ ଗିଲଙ୍କ ଭଉଣୀଙ୍କୁ ଟାର୍ଗେଟ କରିଛନ୍ତି ଟ୍ରୋଲର୍ସ ।
ସୋସିଆଲ ମିଡିଆ ୟୁଜର୍ସ ଶୁଭମନ୍ ଗିଲ୍ଙ୍କ ଭଉଣୀ ଶାହନିଲ୍ ଗିଲ୍ଙ୍କୁ ତାଙ୍କ ପୋଷ୍ଟରେ ଆଡୁସାଡୁ କମେଣ୍ଟ୍ କରିଛନ୍ତି। ବିଶେଷ କରି ମ୍ୟାଚ୍ ସରିବା ପରେ ଶାହନିଲ୍ ଯେଉଁ ପୋଷ୍ଟ୍ କରିଛନ୍ତି ସେଥିରେ ତାଙ୍କୁ ଅନେକ କମେଣ୍ଟ ମିଳିଛି । ଆଉ ଏଭଳି କମେଣ୍ଟ ଯୋଗୁଁ ଦିଲ୍ଲୀ ମହିଳା ଆୟୋଗ(DWC) ର ଅଧ୍ୟକ୍ଷ ସ୍ୱାତି ମାଲିଓ୍ଵାଲ ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛନ୍ତି ।
ସ୍ୱାତି ମାଲଓ୍ଵାଲ ଟ୍ଵିଟ୍ କରି ସ୍କ୍ରିନସଟ୍ ସେୟାର କରିଛନ୍ତି । ଏହା ସହିତ କହିଛନ୍ତି, ଶୁବମନ ଗିଲଙ୍କ ଭଉଣୀଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା କୌଣସି ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ।
Extremely shameful to see trollers abusing #ShubhmanGill’s sister just because the team they follow lost a match. Previously we had initiated action against people abusing #ViratKohli daughter. DCW will take action against all those who have abused Gill’s sister as well. This… pic.twitter.com/eteGtGgPVm
— Swati Maliwal (@SwatiJaiHind) May 22, 2023
ସୂଚନାଯୋଗ୍ୟ, ଚଳିତ ଆଇପିଏଲର ଗ୍ରୁପ ମ୍ୟାଚରେ ରବିବାର ଶେଷ ହୋଇଥିବା ବେଳେ ବିରାଟ କୋହଲିଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା । ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ଆରସିବିକୁ ୬ ୱିକେଟରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ। ଆରସିବି ପରାଜୟ ସହ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ପ୍ରବେଶ ଏଣ୍ଟ୍ରି କରିଥିଲା । ଆଜି କ୍ବାଲିଫାୟାର-୧ରେ ଗୁଜରାଟ ଟାଇଟନ୍ସ-ଚେନ୍ନାଇ ସୁପରକିଙ୍ଗ୍ସ ଏବଂ ବୁଧବାର ଏଲିମିନେଟରରେ ମୁମ୍ବାଇ ଇଣ୍ଡିଆନ୍ସ-ଲକ୍ଷ୍ନୌ ସୁପର ଜଏଣ୍ଟସ୍ ମୁକାବିଲା ହେବ।