ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍‌ ଜୋନ୍ସଙ୍କ ହୃଦ୍‌ଘାତରେ ପରଲୋକ, ଆଇପିଏଲ୍‌ରେ କରୁଥିଲେ କମେଣ୍ଟ୍ରି

ମୁମ୍ବାଇ : ଆଧୁନିକ ଏକ ଦିବସୀୟ କ୍ରିକେଟକୁ ଏକ ନୂତନ ଶିଖରରେ ପହଞ୍ଚାଇଥିବା ଅଷ୍ଟ୍ରେଲିଆର କ୍ରିକେଟର ଡିନ୍‌ ଜୋନ୍ସଙ୍କ ଆଜି(ଗୁରବାର) ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ଜୋନ୍ସ ଆଇପିଏଲ୍‌ ୨୦୨୦ରେ କମେଣ୍ଟ୍ରି କରିବା ପାଇଁ ମୁମ୍ବାଇ ଆସିଥିଲେ । କମେଣ୍ଟ୍ରି କରିବା ସମୟରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

johns

ଜୋନ୍ସ ଅଷ୍ଟ୍ରେଲିଆ ପାଇଁ ୫୨ ଟେଷ୍ଟ ଓ ୧୬୪ ଓ୍ଵାନ୍‌ ଡେ ଖେଳିଛନ୍ତି । ସେ ସମୟରେ ଜୋନ୍ସ ଓ୍ଵାନ୍‌ଡେ ମ୍ୟାଚ୍‌ରେ ସର୍ବଶ୍ରେଷ୍ଠ ଖେଳାଳୀ ମାନ୍ୟତା ପାଇଛନ୍ତି । ମେଲ୍‌ବର୍ଣ୍ଣରେ ୧୯୬୧ ମାର୍ଚ୍ଚ ୨୪ରେ ଜନ୍ମ ନେଇଥିବା ଜୋନ୍ସ ୫୨ ଟେଷ୍ଟରେ ୪୬.୫୫ ମାନ୍ୟତାରେ ଥିବାବେଳେ ୩୬୩୧ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୧୧ ଶତକ ଓ ୧୪ ଅର୍ଦ୍ଧ ଶତକ ସାମିଲ ରହିଛି ।

ସେହିପରି ୧୬୪ ଓ୍ଵାନ୍‌ଡେ ମୁକାବିଲାରେ ୪୪.୬୧ ମାନ୍ୟତା ପାଇବା ସହ ୬୦୬୮ ରନ୍‌ ସଂଗ୍ରହ କରିଛନ୍ତି । ଓ୍ଵାନ୍‌ଡେ ମ୍ୟାଚ୍‌ରେ ଜୋନ୍ସ ୭ ଶତକ ଓ ୪୬ ଅର୍ଦ୍ଧ ଶତକ ହାସଲ କରିଛନ୍ତି । ଜୋନ୍ସ ଭାରତ ବିରୋଧରେ ଚେନ୍ନାଇରେ ଦ୍ୱିଶତକ ମାରିଥିଲେ । ୧୯୮୭ରେ ଏଲନ୍‌ ବର୍ଡରଙ୍କ ନେତୃତ୍ୱରେ ପ୍ରଥମ ଥର ଅଷ୍ଟ୍ରେଲିଆକୁ ବିଶ୍ୱ କପ୍‌ ଜିତାଇବାରେ ତାଙ୍କର ଥିଲା ବଡ଼ ଅବଦାନ ।