ମହମ୍ମଦ ଶାମିଙ୍କୁ ହତ୍ୟା ଧମକ, ଥାନାରେ ମାମଲା ରୁଜୁ କଲେ କ୍ରିକେଟର

ମହମ୍ମଦ ଶାମିଙ୍କୁ ମିଳିଲା ହତ୍ୟା ଧମକ । ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ପୂର୍ବରୁ ଇମେଲରେ ଦିଆଗଲା ଧମକ । ପ୍ରାୟ ଅପରାହ୍ଣ ୨ଟାରୁ ୩ଟା ସମୟ ମଧ୍ୟରେ ତାଙ୍କ ମେଲ୍ ଆସିଥିଲା । ଯାହା ପରେ ସେ ପୋଲିସ ଷ୍ଟେସନରେ ଯାଇ ଏଫାୟାର ଦେଇଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହି ମେଲ ସମ୍ପର୍କରେ କୌଣସି ଖୁଲାସା ହୋଇନାହିଁ ।

ସୂଚନା ଅନୁଯାୟୀ, ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ସନରାଇଜରସ୍ ହାଇଦ୍ରାବାଦ ଏବଂ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ମ୍ୟାଚ୍ ଆଜି ଖେଳାଯିବ । ଏହାରି ମଧ୍ୟରେ ବୋଲର ମହମ୍ମଦ ଶାମିଙ୍କୁ ଗତକାଲି ଅପରାହ୍ଣ ପ୍ରାୟ ୨ଟାରୁ ୩ଟା ସମୟରେ ଇମେଲ ଆସିଥିଲା । ଇମେଲ ମାଧ୍ୟମରେ ତାଙ୍କୁ ହତ୍ୟାର ଧମକ ଦିଆଯାଇଥିଲା । ମେଲରେ ଲେଖାଯାଇଛି ଯେ, ଆମେ ତୁମକୁ ହତ୍ୟା କରିବୁ । ସରକାର ଆମର କିଛି କରିପାରିବେ ନାହିଁ । ତେଣୁ ମହମ୍ମଦ ଶାମି ଥାନାରେ ଦ୍ବାରସ୍ତ ହୋଇ ପୋଳଇସକୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଯାହା ପରେ ପୋଲିସ ତା’ର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । କିନ୍ତୁ  ଧମକ କିଏ ଓ କାହିଁକି ଦେଇଛି ତା’ର ସତ୍ୟତା ଏପର୍ଯ୍ୟନ୍ତ ପ୍ରକାଶ ପାଇନାହିଁ ।

ଅନ୍ୟପଟେ IPLର ମୁଖ୍ୟ ବୋଲର ମହମ୍ମଦ ଶାମି ଦୀର୍ଘ ଦିନ ଧରି କ୍ରିକେଟଠାରୁ ଦୂରରେ ରହିଥିଲେ । ଫେ ବୃଆରୀରେ ଅନ୍ତର୍ଜାତୀୟ ଦଳକୁ ଫେରିଥିଲେ । ପରବର୍ତ୍ତୀ ସମୟରେ ସେ ଚାମ୍ପିୟନ୍ସ ଟ୍ରଫିରେ ଖେଳିଥିଲେ । ଯେଉଁଥିରେ ୯ୱିକେଟରେ ଇଣ୍ଡିଆର ଟାଇଟଲରେ ବିଜୟୀ ହୋଇଥିଲେ । ସେହିପରି ଏଥରର ଆଇପିଏଲରେ ମହମ୍ମଦ ଶାମି ସେତେ ଭଲ ପ୍ରଦର୍ଶନ କରିନାହାଁନ୍ତି । ଯେଉଁଥିରେ ସେ ୯ଟି ମ୍ୟାଚରୁ କେବଳ ୬ଟି ୱିକେଟ ନେଇଛନ୍ତି ।

Also Read : ପୁଅର ବ୍ୟାଟିଂ ବାପା ପାଇଁ ସାଜିଛି ସଂଜୀବନୀ, ରୋଗାକ୍ରାନ୍ତ ପ୍ରଭାସିମରନଙ୍କ ବାପାଙ୍କର ସପ୍ତାହକୁ ୩ ଥର ହେଉଛି…