କ୍ରୀଡା

ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର : ଏଥର ପାଇବେ ଦେବାଶିଷ ସାମନ୍ତରାୟ ଓ ସୁଶ୍ରୀ ପ୍ରିୟଦର୍ଶିନୀ

ଭୁବନେଶ୍ୱର : ସହିଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ୍ ଇଣ୍ଡିଆ କ୍ରିକେଟର ଅଫ୍ ଦ ଇୟର ପୁରସ୍କାରର ୨୦୧୯-୨୦ ସିଜିନ୍ ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି । ଗତ ସିଜିନରେ ସଫଳତା ଅର୍ଜନ କରିଥିବା ଦେବାଶିଷ ସାମନ୍ତରାୟ ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ମନୋନୟନ କମିଟି ଯଥାକ୍ରମେ ପୁରୁଷ ଓ ମହିଳା କ୍ରିକେଟର ଅଫ୍ ଦ ଇୟର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

୨୦୧୯-୨୦ ସିଜିନରେ ବେଶ ସଫଳ ରହିଥିଲେ ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ। ରଣଜୀ ଟ୍ରଫିରେ ସେ ୮ଟି ମ୍ୟାଚ୍ ଖେଳି ୧୨ଟି ଇନିଂସରେ ୫୩.୫୦ ହାରରେ ମୋଟ୍ ୫୩୫ ରନ୍ ସ୍କୋର କରିଥିଲେ। ସେଥିରେ ୨ଟି ଶତକ ଓ ୨ଟି ଅର୍ଦ୍ଧଶତକ ରହିଛି । ୨ଟି ଛ’କା ସହ ସେ ମୋଟ୍‌ ୭୭ଟି ଚୌକା ମାରିଥିଲେ । ତାଙ୍କୁ ୨୮ତମ କ୍ରିକେଟ୍ ଅଫ୍ ଦ ଇୟର ପୁରସ୍କାର ପ୍ରଦାନ ସକାଶେ ନିଷ୍ପତ୍ତି ହୋଇଛି । ମହିଳା କ୍ରିକେଟ୍‌ରେ ଗତ ସିଜିନରେ ସୁଶ୍ରୀଙ୍କ ପ୍ରଦର୍ଶନ ଖୁବ୍ ଭଲ ରହିଥିଲା। ୫୦ ଓଭରିଆ ଏକଦିବସୀୟ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ସୁଶ୍ରୀ ୨୦୪ ରନ୍ ସ୍କୋର କରିବା ସହ ୮ଟି ମ୍ୟାଚରେ ୧୬ଟି ୱିକେଟ ଦଖଲ କରିଥିଲେ। ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫିରେ ଇଣ୍ଡିଆ ‘ବି’ ଦଳ ପକ୍ଷରୁ ଖେଳି ସେ ୪ଟି ମ୍ୟାଚରେ ୭ଟି ୱିକେଟ ପାଇଥିଲେ। ଏମର୍ଜିଂ ଏସିଆ କପ୍, ଏମର୍ଜିଂ ଇଣ୍ଡିଆ ଟିମ୍ ସହ ବାଂଲାଦେଶ ଗସ୍ତ ଏବଂ ଟି-୨୦ ଏମର୍ଜିଂ ଚତୁଃକୋଣୀୟ ମୁକାବିଲାରେ ଖୁବ୍ ସଫଳ ରହିଥିଲେ ସୁଶ୍ରୀ ଦିବ୍ୟଦର୍ଶିନୀ।

ଏହି ଦୁଇ ଖେଳାଳିଙ୍କୁ ପୁରସ୍କାର ସ୍ୱରୂପ ୩୧ ହଜାର ଟଙ୍କାର ଚେକ୍, ପ୍ରଶସ୍ତି ପତ୍ର ଏବଂ ଟ୍ରଫି ପ୍ରଦାନ କରାଯିବ ବୋଲି ଭୁବନେଶ୍ୱର ସହିଦ ସ୍ପୋର୍ଟିଂ କ୍ଲବର ସଂପାଦକ ପଙ୍କଜ ପଟ୍ଟନାୟକ ସୂଚନା ଦେଇଛନ୍ତି। ରାଜ୍ୟରେ କ୍ରିକେଟ ଖେଳାଳିମାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ପ୍ରଦାନ ହେଉଥିବା ଏହି ଏକମାତ୍ର ବାର୍ଷିକ କ୍ରିକେଟ ପୁରସ୍କାର ୧୯୯୨-୯୩ ସିଜିନ୍ରୁ ଆରମ୍ଭ ହୋଇଥିଲା ।

KNews Bureau

Recent Posts

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

53 mins ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

1 hour ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

2 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

3 hours ago

ବାପା ମାଟି ତଳୁ ଉଦ୍ଧାର ମା’ ଏବେବି ନିଖୋଜ ; ପୁଅକୁ ଉଚିତ୍‌ ଦଣ୍ଡ ଦେବାକୁ ଝିଅର ଦାବି

ସୋର(କେନ୍ୟୁଜ୍‌): ଜହ୍ଲାଦ ପୁଅ । ସବୁ ସୀମା ପାର୍‌ କଲା । ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ ।…

4 hours ago