ସିରାଜଙ୍କ ଭୁଲରେ ରାଗିଗଲେ ଦୀପକ ଚହର, ସମସ୍ତଙ୍କ ସାମ୍ନାରେ ଦେଲେ ଗାଳି: ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ପେସ୍‌ ବୋଲର ଦୀପକ ଚହର ପଡିଆରେ ହସ ହସ ଅନ୍ଦାଜରେ ନଜର ଆସିଥାନ୍ତି। କିନ୍ତୁ ଇନ୍ଦୋର ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚରେ ନିଜ ଉପରୁ ନିୟନ୍ତ୍ରଣ ହରାଇଥିବା ନଜର ଆସିଥିଲେ। ରାଗରେ ସାଥି ଖେଳାଳି ମହମ୍ମଦ ସିରାଜଙ୍କୁ ଖରାପ ଭାଷାରେ ଗାଳି କରୁଥିବାର ନଜର ଆସିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ମ୍ୟାଚ୍‌ରେ ଭାରତ ୪୯ ରନରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଥିଲା। ମ୍ୟାଚ୍‌ ହାରିବା ସହିତ ସିରିଜ ହାତେଇଛି ଭାରତ।

ଦୀପକ ଚହର ଶେଷ ଓଭର ବୋଲିଂ କରୁଥିବା ବେଳେ ଦକ୍ଷିଣ ଆଫ୍ରିକା ଟିମ୍‌ ୨୪ ରନ୍‌ କରିଥିଲା। ଦୀପକ ବୋଲିଂ କରୁଥିବା ବେଳେ ଓଭରର ଶେଷ ବଲରେ ମହମ୍ମଦ ସିରାଜ ଭୁଲ କରିଦେଇଥିଲେ। ଡିପ୍‌ ସ୍କୋୟାରରେ ଫିଲ୍ଡିଂ କରୁଥିବା ବେଳେ ଡେଭିଡ ମିଲର ଚହରଙ୍କ ବଲରେ ଏକ ସର୍ଟ ଖେଳିଥିଲେ। ଏହି ସମୟରେ ସିରାଜ କ୍ୟାଚ୍‌ ଧରିବା ସମୟରେ ଭୁଲ୍‌ କରିଦେଇଥିଲେ। ସିରାଜ କ୍ୟାଚ୍‌ ଧରିଥିଲେ ସତ କିନ୍ତୁ ତାଙ୍କ ପାଦ ବାଉଣ୍ଡ୍ରି ଲାଇନକୁ ଛୁଇଁଯାଇଥିଲା। ଏହି ବଲରେ ଦକ୍ଷିଣ ଆଫ୍ରିକାକୁ ୬ ରନ୍‌ ମିଳିଥିଲା। ତେବେ ସିରାଜଙ୍କ ଏପରି ଫିଲ୍ଡି ଦେଖି ରୋହିତ ଶର୍ମା ଏବଂ ବୋଲର ଦୀପକ ଚହର ନିରାଶ ହୋଇଥିଲେ। ସେତିକି ବେଳେ ଦୀପକ ରାଗରେ ସିରାଜଙ୍କୁ ଅପଶବ୍ଦ ବ୍ୟବହାର କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଥିବା ସିରିଜର ତୃତୀୟ ଟି-୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଭାରତକୁ ୪୯ ରନ୍‌ରେ ହରାଇଥିଲା। ଏହି ସିରିଜକୁ ଭାରତ ୨-୧ରେ ଜିତିନେଇଛି। ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୨୦ ଓଭରେ ୩ ଓ୍ଵିକେଟ ହରାଇ ୨୨୭ ରନ୍‌ କରିଥିଲା। ଏହି ଲକ୍ଷ୍ୟକୁ ପିଛା କରି ଭାରତ ୧୭୮ ରନରେ ଅଲଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ଟିମର ବିଶାଳ ସ୍କୋରକୁ ପିଛା କରି ପ୍ରଥମରୁ ୱିକେଟ ହରାଇଥିଲା ଭାରତ। ଓପନିଙ୍ଗ କରିବା ପାଇଁ ରୋହିତ ଶର୍ମା ଏବଂ ରିଷଭ ପନ୍ତ ଆସିଥିବା ବେଳେ ରୋହିତ ଶର୍ମା ୨ଟି ବଲ ଖେଳି ୦ ରେ ପ୍ରଥମେ ଆଉଟ୍ ହୋଇଥିଲେ। ରୋହିତ ଶର୍ମା ଆଉଟ୍ ହେବା ପରେ ରିଷଭଙ୍କ ସହିତ ବ୍ୟାଟିଂ କରିବାକୁ ଶ୍ରେୟେସ ଆୟର ଆସି ମାତ୍ର ୪ଟି ବଲ ଖେଳି ୧ରନ କରି ଆଉଟ୍ ହୋଇଥିଲେ। ତାପରେ ଟିମ୍ ଇଣ୍ଡିଆର ୱିକେଟ ପଡ଼ିବାକୁ ଲାଗିଥିଲା।

ଭାରତ ପକ୍ଷରୁ ରିଷଭ ୧୪ବଲରେ ୨୭ ରନ୍ କରିଥିଲେ।ଦୀପକ ୪ ଓଭର ବୋଲିଂ କରି ୪୮ ରନ୍‌ ଦେଇ ମାତ୍ର ୧ଟି ଓ୍ଵିକେଟ ନେଇଥିଲେ। କିନ୍ତୁ ମ୍ୟାଚରେ ୧୭ ବଲର ଦୁଇଟି ଚାରି ଏବଂ ୩ଟି ଛକା ମାରି ୩୧ ରନ୍‌ କରିଥିଲେ। ଦିନେଶ କାର୍ତ୍ତିକ ମଧ୍ୟ ୨୧ ବଲରେ ୪୬ ରନ୍‌ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଡ୍ଵେନ ପ୍ରିଟୋରିୟସ ୨୬ ରନ ଦେଇ ସର୍ବାଧିକ ୩ ସଫଳତା ପାଇଛନ୍ତି।  ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଲଗାତାର ଦ୍ୱିତୀୟ ଟି-୨୦ ସିରିଜ ଜିତିଥିଲା। ଏହା ପୂର୍ବରୁ ଅଷ୍ଟ୍ରେଲିଆକୁ ମଧ୍ୟ୨-୧ରେ ହରାଇଥିଲା ଭାରତ।

Also Read : ଭାରତ-ଦକ୍ଷିଣ ଆଫ୍ରିକା ଶେଷ ଟି-୨୦ ମ୍ୟାଚକୁ ୪୯ ରନରେ ହାରିଲା ଭାରତ, କମାଲ କଲେ ଦକ୍ଷିଣ ଆଫ୍ରିକା ବୋଲର

 

Leave A Reply

Your email address will not be published.