ଦୀପକ ଚହର ପୁଣି ଆହତ, ଏଥର ଆଇପିଏଲ୍‌ ସିଜିନରୁ ପଡିପାରନ୍ତି ବାଦ୍‌

ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗସର ଅବସ୍ଥା ଶୋଚନୀୟ ହୋଇପଡିଛି। ଚେନ୍ନାଇ ଚଳିତ ଆଇପିଏଲ ସିଜିନରେ ୪ଟି ମ୍ୟାଚ ଖେଳି ୪ଟି ଯାକ ମ୍ୟାଚ ହାରିଯାଇଛି। ସୁପରକିଙ୍ଗସର ବୋଲରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ଟିମ୍‌ ଖରାପ ପ୍ରଦର୍ଶନ କରୁଛି। ଟିମର ଦମଦାର ବୋଲର ଦୀପକ ଚହରଙ୍କ ଅନୁପସ୍ଥିତି ଟିମ୍‌କୁ ମହଙ୍ଗା ପଡିଛି।

ଚେନ୍ନାଇ ସୁପରକିଙ୍ଗସ ଆଇପିଏଲ୍‌ ୨୦୨୨ରେ ଆଜି ନିଜର ୫ମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବିପକ୍ଷରେ ଖେଳିବ। ଏହି ମ୍ୟାଚରେ ଦୀପକ ଚହର ଆହତଜନିତ ସମସ୍ୟା ଯୋଗୁଁ ଖେଳିବେ ନାହିଁ। ତେଣୁ ଆଇପିଏଲ୍‌ ୨୦୨୨ ସଂପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍‌ ପଡିପାରନ୍ତି ଦୀପକ ଚହର।

ଦୀପକ ଚହର ଏବେ ଏବେ ବାଙ୍ଗାଲୁରୁରେ ନ୍ୟାସନାଲ କ୍ରିକେଟ ଏକାଡେମୀରେ ନିଜର ଏପରି ସମସ୍ୟାରୁ ବାହାରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ଦୀପକ ଚହର ନିଜର ପୁରୁଣା ସମସ୍ୟାରେ ଗତି କରୁଛନ୍ତି। ଆହତ ସତ୍ତ୍ୱେ ଆଜିର ମ୍ୟାଚରେ ଟିମରେ ସାମିଲ ହୋଇଥାନ୍ତେ ଦୀପକ। କିନ୍ତୁ ଏବେ ପୁଣି ଆହତଜନିତ ସମସ୍ୟା ଯୋଗୁଁ ଚଳିତ ସିଜିନରୁ ବାଦ୍‌ ପଡିପାରନ୍ତି।

ଦୀପକ ଗତ ଫେବୃଆରୀରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚରେ ଆହତ ହୋଇଥିଲେ। ତାଙ୍କ ଜଙ୍ଘ ଏବଂ ମାଂସପେଶୀରେ ସମସ୍ୟା ଦେଖାଦେଇଥିଲା। ଦୀପକଙ୍କୁ ଚଳିତ ଆଇପିଏଲ ସିଜିନରେ ୧୪କୋଟି ଟଙ୍କାରେ କିଣିଥିଲା ସୁପରକିଙ୍ଗସ। ଏବେ ଏତେ ସବୁ ସମସ୍ୟା ସତ୍ତ୍ୱେ ଚଳିତ ଆଇପିଏଲରେ ଦୀପକ ଖେଳିବେ ନା ନାହିଁ ତା ଚିନ୍ତାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.