ଲାଇଭ ମ୍ଯାଚ୍ ବେଳେ ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କୁ ପ୍ରପୋଜ କଲେ ଦୀପକ ଚହର, ଭିଡିଓ ଭାଇରଲ

ଚେନ୍ନାଇ ସୁପର କିଙ୍ଗସ୍‌ ଏବଂ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସୁପର କିଙ୍ଗସ୍‌ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍‌ ସରିବା ପ‌ରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍‌ କରିଥିଲେ । ସେଠାରେ ଷ୍ଟାଣ୍ଡରେ ଉପସ୍ଥିତ ସମସ୍ତେ ଛିଡା ହୋଇ ଦୀପକ ଚହର ଏବଂ ତାଙ୍କ ପ୍ରେମିକାଙ୍କୁ ସମ୍ମାନ ଜଣାଇଥିଲେ ।

ଦୀପକ ଚହର ପୁରା ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ପ୍ରପୋଜ କରିଥିଲେ। ମ୍ୟାଚ ପରେ ପରେ ହଠାତ୍‌ ଷ୍ଟାଣ୍ଡକୁ ଯାଇଥିଲେ ଦୀପକ ଚହର । ଏହା ଦେଖି କେହି କିଛି ବୁଝିପାରିନଥିଲେ । ସେତେବେଳେ କ୍ୟାମେରା ତାଙ୍କ ଉପରେ ଫୋକସ୍‌ କରିଥିଲା । ଷ୍ଟାଣ୍ଡରେ ଉପସ୍ଥିତ ଜଣେ ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ ଏବଂ ରିଙ୍ଗ୍‌ ମଧ୍ୟ ପିନ୍ଧାଇଥିଲେ । ଆଉ ଯୁବତୀ ଜଣକ ମଧ୍ୟ ଚହରଙ୍କ ପ୍ରପୋଜକୁ ଗ୍ରହଣ କରିନେଇଥିଲେ।


ସୋସିଆଲ ମିଡିଆର ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଦୁଇ ଯୋଡିଙ୍କୁ ବେଶ ପସନ୍ଦ କରୁଛନ୍ତି । ଚହର ପ୍ରପୋଜ କରିଥିବା ଯୁବତୀଙ୍କ ନାମ ଜୟା ଭରଦ୍ବାଜ। ବିଗବସ୍ ପ୍ରତିଯୋଗୀ ସିଦ୍ଧାର୍ଥ ଭରଦ୍ବାଜଙ୍କ ଭଉଣୀ ଜୟା ଭରଦ୍ବାଜ। ସୂଚନା ମୁତାବକ, ଦୁହେଁ ପରସ୍ପରକୁ ଅନେକ ଦିନରୁ ଡେଟ୍ କରୁଥିଲେ।

Leave A Reply

Your email address will not be published.