ଧୋନିଙ୍କୁ ବାରମ୍ବାର ଚିଡ଼ାଉଥିଲେ ଦୀପକ ଚହର, ବ୍ୟାଟରେ ପିଟିଲେ ଧୋନି : ଭିଡିଓ ଭାଇରଲ

ଦୀପକ ଚହର ଏବଂ ଏମଏସ ଧୋନିଙ୍କ ବନ୍ଧୁତା କାହାକୁ ଅଛପା ନାହିଁ । ହେଲେ ଏଥର ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ସହିତ ନାହାନ୍ତି ଦୀପକ ଚହର । ଦୀପକ ଚହର ଚଳିତ ଆଇପିଏଲ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ଆଉ ଗତକାଲିର ମ୍ୟାଚରେ ଦୁହିଁଙ୍କ ମଧ୍ୟରେ ପରସ୍ପରକୁ ନେଇ ଚିଡ଼ାଉଥିବାର ନଜର ଆସିଛନ୍ତି ।
ମାର୍ଚ୍ଚ ୨୩, ଚେପକରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ୱାଇ ମଧ୍ୟରେ ଆଇପିଏଲ୍ ମୁକାବିଲା ହୋଇଥିଲା । ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଧୋନି ବ୍ୟାଟିଂ କରିବାକୁ ଆସିଥିବା ବେଳେ ଦୀପକ ଚହର ତାଙ୍କ ପାଖକୁ ଯାଇ କିଛି କହିଥିଲେ । ଦୀପକ ଧୋନିଙ୍କୁ ଚିଡ଼ାଇବାକୁ ଚେଷ୍ଟା କରୁଥିଲେ କିନ୍ତୁ ଏହା ସେମାନଙ୍କ ବନ୍ଧୁତା ପାଇଁ ଦୀପକ ଏପରି କରିଥିଲେ ।
ଦୀପକ ଚହର ସଟ୍ ସିଲି ପଏଣ୍ଟରେ ଫିଲ୍ଡିଂ କରିଥିଲେ । ଏହାପରେ ଧୋନି ମଇଦାନରେ ବୋଲିଂକୁ ସାମ୍ନା କରୁଥିବା ବେଳେ ଦୀପକ ଚୋରରେ ତାଳି ବଜାଇ ଚିଡ଼ାଇଥିଲେ । ଆଉ ଯେତେବେଳେ ମୁମ୍ବାଇ ଇଣ୍ଡିଆନ୍ସକୁ ୪ ୱିକେଟରେ ହରାଇ ଚେନ୍ନାଇ ମ୍ୟାଚ ଜିତିଥିଲା ।
— Cheems Memes (@CheemsMemesOffl) March 24, 2025
ଏହି ସମୟରେ ଧୋନି ମୁମ୍ବାଇ ଖେଳାଳିମାନଙ୍କ ସହ କଥା ହେଉଥିଲେ ଓ ହାତ ମିଳାଉଥିଲେ । ଏତିକିବେଳେ ମୁମ୍ବାଇ ଇଣ୍ଡିଆନ୍ସର ବୋଲର ଦୀପକ ଚହର ଧୋନିଙ୍କୁ କିଛି କହିଥିଲେ । ପରେ ଧୋନି ସଂଗେ ସଂଗେ ତାଙ୍କ ବ୍ୟାଟ୍ ଉଠାଇ ତାଙ୍କୁ ଟିକିଏ ବାଡେଇଥିଲେ । ମଜ୍ଜା ମଜ୍ଜାରେ ଧୋନି ଚହରଙ୍କୁ ପିଟିଥିଲେ । ଚହର ବି ହସି ହସି ଦୌଡିଥିଲେ ।
Dhoni and Chahar #Dhoni #CSKvMI #IPL2025 #MSDhoni pic.twitter.com/Tma9e0I7JN
— Babul Yadav (@babulyadavtbg) March 23, 2025
ସୂଚନାଯୋଗ୍ୟ, ଚେପକରେ ଖେଳାଯାଇଥିବା ଏହି ମ୍ୟାଚରେ ଚେନ୍ନାଇ ୪ ୱିକେଟରେ ମୁମ୍ବାଇକୁ ପରାସ୍ତ କରିଥିଲା । ମୁମ୍ବାଇ ଦ୍ବାରା ରଖାଯାଇଥିବା ୧୫୬ ରନର ଲକ୍ଷ୍ୟକୁ ଚେନ୍ନାଇ ୧୯.୧ ଓଭରରେ ୧୫୮ ରନ କରି ହାସଲ କରିନେଇଥିଲା । ଦଳ ପକ୍ଷରୁ ରାଚିନ ରବୀନ୍ଦ୍ର ୬୫ ରନ ଓ ଋତୁରାଜ ଗାଇକ୍ବାଡ ୫୩ ରନ କରିଥିଲେ ।
ଏହି ମ୍ୟାଚରେ ଧୋନି ଆଖି ପିଛୁଳାକେ ମୁମ୍ବାଇ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ଷ୍ଟମ୍ପ ଆଉଟ୍ କରି ଚେପକ ଷ୍ଟାଡିୟମରେ ହଇଚଇ ସୃଷ୍ଟି କରିଥିଲେ । ଦୀପକ ଚହର ଚେନ୍ନାଇ ପାଇଁ ୨୦୧୮ରୁ ୨୦୨୪ ଯାଏଁ ଖେଳିଛନ୍ତି । ଦୀପକ ଚହର ଚେନ୍ନାଇ ପାଇଁ ଆଇପିଏଲରେ ମୋଟ ୭୬ ୱିକେଟ ନେଇଛନ୍ତି ।
Also Read : “ହ୍ୱିଲଚେୟାରରେ ବି ଖେଳିବି”…ରିଟାୟାରମେଣ୍ଟକୁ ନେଇ ଧୋନିଙ୍କ ବଡ଼ ବୟାନ