ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଠକି ନେଇ ଦେଉଛନ୍ତି ଧମକ

ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ଦୀପକ ଚହରଙ୍କ ପତ୍ନୀଙ୍କୁ ହତ୍ୟା ଧମକ । ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଦୀପକଙ୍କ ପତ୍ନୀ ଜୟାଙ୍କ ସହିତ ୧୦ ଲକ୍ଷ ଟଙ୍କା ଠକେଇ ମାମଲା ମଧ୍ୟ ସାମ୍ନାକୁ ଆସିଛି ।

ରିପୋର୍ଟ ମୁତାବକ, ଏହି ଠକେଇ ତାଙ୍କ ସହିତ ହାଇଦ୍ରାବାଦର କ୍ରିକେଟ ଆସୋସିଏସନର ଜଣେ ପୂର୍ବ ଅଧିକାରୀ କରିଛନ୍ତି । ଦୀପକଙ୍କ ବାପା ଏହି ମାମଲାରେ ପୂର୍ବ ଅଧିକାରୀଙ୍କ ନାମରେ ମାମଲା ଦାୟର କରିଛନ୍ତି । ଜୟା କୌଣସି ବିଜନେସ ପାଇଁ ଏହି ଟଙ୍କା ଦେଇଥିଲେ। କିନ୍ତୁ ବ୍ୟକ୍ତି ଜଣକ ବ୍ୟବସାୟରେ କୌଣସି ସହାୟତା ନ କରି ପଇସା ମଧ୍ୟ ଫେରାଇନଥିଲେ। ଆଉ ଜୟାଙ୍କୁ ଜୀବନରୁ ମାରିବାକୁ ଧମକ ଦେଇଥିଲେ । ଏହି ମାମଲାରେ ଦୀପକଙ୍କ ବାପା ଲୋକେନ୍ଦ୍ର ଚହର ଆଗ୍ରା ଥାନାରେ ଏଫଆଇଆର ଦାଏର କରିଛନ୍ତି ।

ତେବେ ଜୟାଙ୍କୁ ମାରିବା ପାଇଁ ଦମକ ଦେଉଥିବା ବ୍ୟକ୍ତି ହାଇଦ୍ରାବାଦ କ୍ରିକେଟ ସଂଘର ପୂର୍ବତନ ଅଧିକାରୀ ଏବଂ ତାଙ୍କ ପୁଅ । ଜୟା ବିଜନେସ ପାଇଁ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେଇଥିଲେ । ସେ ପାରିଖ ସ୍ପୋଟର୍ସ ଆଣ୍ଡ ସପ୍‌ ମାଲିକ ଧ୍ରୁବ ପାରିଖ ଏବଂ ତାଙ୍କ ବାପା କମଲେଶ ପାରିଖ ସହିତ ପାର୍ଟନରସିପ ବିଜନେସ କରିବା ପାଇଁ ଏହି ଟଙ୍କା ଦେଇଥିଲେ ।

ବିଜସେନ ନ କରିବା ପରେ ପଇସା ଫେରାଇବା ପାଇଁ ଜୟା କହିଥିଲେ। କିନ୍ତୁ କମଲେଶ ଏବଂ ତାଙ୍କ ପୁଅ ଜୟାଙ୍କୁ ମାରିବା ପାଇଁ ଧମକ ଦେଇଥିଲେ । ପୋଲିସ ଏବେ ଏହି ମାମଲାର ଯାଞ୍ଚ ଆରମ୍ଭ କରିଛି ।

ସୂଚନାଯୋଗ୍ୟ, କିଛିଦିନ ହେଲାଣି କ୍ରିକେଟରୁ ଦୂରେଇ ରହିଛନ୍ତି। ଆହତ ଜନିତ ସମସ୍ୟା ଯୋଗୁଁ ଦୀପକ କିଛି ଦିନ ବିଶ୍ରାମ ନେଇଛନ୍ତି । ଗତବର୍ଷ ଜୁନରେ ଦୀପକ ଏବଂ ଜୟା ବିବାହ କରିଥିଲେ। ଏହା ପୂର୍ବରୁ ଦୁହିଁଙ୍କ ଲଭଷ୍ଟୋରୀ ଚର୍ଚ୍ଚାରେ ରହିଥିଲା । ଆଇପିଏଲ୍‌ ୨୦୨୧ରେ ଦୀପକ ଚେନ୍ନାଇ ସୁପର କିଙ୍ଗସର ଏକ ମ୍ୟାଚରେ ଫିଲ୍ମ ଷ୍ଟାଇଲରେ ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.