ଫିଫା ବିଶ୍ୱକପ ଇତିହାସରେ ପ୍ରଥମ, ଫିଫା ବିଶ୍ୱକପର ଟ୍ରଫି ଅନାବରଣ କରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା

ନୂଆଦିଲ୍ଲୀ : ଫିଫା ବିଶ୍ୱକପର ଟ୍ରଫି ଅନାବରଣ କରିବେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ । କତାରରେ ଚାଲିଥିବା ଫିଫା ବିଶ୍ୱକପର ଫାଇନାଲରେ ଦୀପିକା ଫିଫା ଟ୍ରଫି ଅନାବରଣ କରିବେ । କୌଣସି ଭାରତୀୟ ତଥା ଆନ୍ତର୍ଜାତିକ ସ୍ତରରେ ଜଣେ କଳାକାରଙ୍କ ଦ୍ୱାରା ଫିଫାର ଟ୍ରଫି ଅନାବରଣ ହେବା ଫିଫା ବିଶ୍ୱକପ ଇତିହାସରେ ଏହା ପ୍ରଥମ ।

ଫିଫା ଟ୍ରଫି ଅନାବରଣ କରିବା ପାଇଁ ଖୁବ ଶୀଘ୍ର ଦୀପିକା କତାର ଗସ୍ତ କରିବେ ବୋଲି ଜଣା ପଡିଛି । ଏହି ଖବର ପାଇବା ପରେ ଦୀପିକାଙ୍କ ଫ୍ୟାନ୍ସଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ୧୮ତାରିଖରେ କତାରର ଲୁସେଲ୍‌ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମୁକାବିଲା । ପୂର୍ବରୁ କାନ୍ସ ଫେଷ୍ଟିଭାଲରେ ଜୁରୀ ଭାବେ ଯୋଗ ଦେଇ ଦେଶ ପାଇଁ ଗୌରବ ଆଣିଥିଲେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.