ଆଜିକାଲିର ଯୁବପିଢି ଟି୨୦ କ୍ରିକେଟ ଫର୍ମାଟକୁ ବେଶ୍ ପ୍ରଶଂସା କରୁଛନ୍ତି । ଆଉ ଟି୨୦ କ୍ରିକେଟରେ ଏମିତି କିଛି ଘଟଣା ଘଟିଥାଏ ଯାହା ରେକର୍ଡ କରିଥାଏ । କ୍ରିକେଟରେ ପ୍ରତ୍ୟେକ ମ୍ୟାଚରେ କିଛି ପୁରୁଣା ରେକର୍ଡ ଭାଙ୍ଗିବା ସହ ନୂଆ ରେକର୍ଡ ସ୍ଥାପିତ ହୋଇଥାଏ । ଏମିତି ଏକ ରେକର୍ଡ ଗୋଟିଏ ଦଳର ସମସ୍ତ ଖେଳାଳି ବୋଲିଂ କରି କରିଛନ୍ତି । ଟି-୨୦ କ୍ରିକେଟରେ ଏହା ପ୍ରଥମ ଥର ଘଟିଛି ।
ଟି୨୦ କ୍ରିକେଟରେ ଏହି ମାମଲା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଣିପୁର ବିପକ୍ଷରେ ଦିଲ୍ଲୀ ଏହି ବିରଳ ରେକର୍ଡର ଅଧିକାରୀ ହୋଇଛି । ଦିଲ୍ଲୀ ଉକ୍ତ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି । ଏହି ମ୍ୟାଚରେ ଦିଲ୍ଲୀ ଟିମର ସମସ୍ତ ୧୧ ଜଣ ଖେଳାଳି ବୋଲିଂ କରିଛନ୍ତି । ଏହା ଟି୨୦ କ୍ରିକେଟ ଇତିହାସରେ ପ୍ରଥମ ଥର ବୋଲି ଜଣାପଡିଛି । ଏହା ପୂର୍ବରୁ ଟି-୨୦ରେ ଗୋଟିଏ ଇନିଂସରେ ସର୍ବାଧିକ ୯ ଜଣ ବୋଲର ବୋଲିଂ କରିଥିବାର ରେକର୍ଡ ରହିଥିଲା ।
ମୁମ୍ବାଇ ୱାଙ୍ଖଡେରେ ମଣିପୁର ଏବଂ ଦିଲ୍ଲୀ ମଧ୍ୟରେ ଚାଲିଥିବା ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ମଣିପୁର । ମଣିପୁର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବା ପରେ ଦିଲ୍ଲୀ ଅଧିନାୟକ ଆୟୁଷ ବାଦୋନୀ ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ । ସେ ଦଳର ସମସ୍ତ ଖେଳାଳିଙ୍କୁ ବୋଲିଂ କରିବାର ସୁଯୋଗ ଦେଇଥିଲେ । ଏପରିକି ୱିକେଟ କିପରି ମଧ୍ୟ କିପିଂ ଛାଡ଼ି ବୋଲିଂ କରିଥିଲେ । ତେବେ ଦିଲ୍ଲୀର ୧୧ ଜଣ ଯାକ ବୋଲର ବୋଲିଂ କରିଥିଲେ ହେଁ ମଣିପୁର ୧୨୦ ରନ୍ ସଂଗ୍ରହ କରିପାରିଥିଲା । ଉକ୍ତ ମ୍ୟାଚରେ ଦିଲ୍ଲୀ ୯ଟି ବଲ୍ ବାକି ଥାଇ ୪ ୱିକେଟରେ ବିଜୟ ହାସଲ କରିନେଇଥିଲା ।