କ୍ରିକେଟ ଖେଳିବାକୁ କୋଲକତାରୁ ଦିଲ୍ଲୀ ଆସିଥିଲେ ଯୁବକ, ଛାତିରେ ବଲ୍‌ ବାଜି ହେଲା ମୃତ୍ୟୁ

କ୍ରିକେଟ ନିଶା ଯାହାକୁ ଥରେ ଧରିଛି, ଆଉ ତାକୁ ଛାଡିବା ମୁସ୍କିଲ ହୋଇପଡିଛି। ଆଉ ଏହି ନିଶା ବେଳେ ବେଳେ କାହା ଜୀବନ ନେଇଯାଏ, ତାହା ଦେଖିବାକୁ ମିଳିଛି। ଯୁବକ ଜଣକ କ୍ରିକେଟ୍ ଖେଳିବାକୁ କୋଲକାତାରୁ ଆସିଥିଲେ ଦିଲ୍ଲୀ । କିନ୍ତୁ ଛାତିରେ ବଲ୍ ବାଜିବାରୁ ଚାଲିଗଲା ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ସ୍ୱରୂପ ନଗରରେ । ତେବେ ଖେଳାଳିଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ କୌଣସି ଅଭିଯୋଗ କରିନଥିଲେ । କିନ୍ତୁ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନା ଅନୁସାରେ, ଦିଲ୍ଲୀର ସ୍ୱରୁପ ନଗର ଅଞ୍ଚଳରେ ଥିବା ଏକ ସ୍କୁଲରେ ଏକ କ୍ରିକେଟ୍ ମ୍ୟାଚ୍ ଖେଳାଯାଉଥିଲା । ଖେଳୁଥିବା ବେଳେ ୩୦ ବର୍ଷୀୟ ହବୀବ ମଣ୍ଡଳଙ୍କ ଛାତିରେ ବଲ୍ ବାଜିଥିଲା । ଆଉ ଛାତିରେ ବଲ୍‌ ବାଜିବା ପରେ ସେ ବେହୋସ ହୋଇପଡିଥିଲେ। ତାଙ୍କୁ ତୁରନ୍ତ ହସପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେ କୋଲକାତାରୁ ସାଙ୍ଗମାନଙ୍କ ସହିତ ଦିଲ୍ଲୀ କ୍ରିକେଟ ଖେଳିବାକୁ ଆସିଥିଲେ ।

ମୃତ୍ୟୁ ବାବଦରେ ପୋଲିସ ହବୀବଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ତେବେ ପରିବାର ଲୋକେ କୌଣସି ଅଭିଯୋଗ କରିନଥିଲେ । ପୋଲିସର କହିବାନୁସାରେ, ଏବେ ଯାଏଁ ପୋଷ୍ଟମଟର୍ମ ରିପୋର୍ଟ ଆସିନାହିଁ । ତେବେ ତାଙ୍କର କୌଣସି ରୋଗ ଆଗରୁ ଥିଲା କି ନାହିଁ ତାହା ରିପୋର୍ଟ ଆସିଲା ପରେ ଜଣାପଡିଛି।

ସୂଚନାଯୋଗ୍ୟ, ୧୯୯୮ରେ ରମନ ଲାମ୍ବା ବାଲାଂଦେଶରେ ଢାକା ପ୍ରିମିୟର ଲିଗରେ ଖେଳୁଥିବା ବେଳେ ମୁଣ୍ଡରେ ବଲ୍‌ ବାଜିବା ଯୋଗୁଁ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.