ଏସିଆ କପରୁ ବାଦ୍‌ ପଡି ମଧ୍ୟ ଅଭ୍ୟାସ ମ୍ୟାଚରେ ନଜର ଆସିଲେ ଶାହିନ ଆଫ୍ରିଦି, ପାକିସ୍ତାନ ଟିମ୍‌ କରୁନି ତ କିଛି ଚାଲ୍‌

ଏସିଆ କପ୍‌ ୨୦୨୨ରେ ଅଗଷ୍ଟ ୨୮ରେ ପରସ୍ପର ସହିତ ଟକ୍କର ଦେବେ ଭାରତ ଏବଂ ପାକିସ୍ତାନ। ଏଥିପାଇଁଟିମ୍‌ ଇଣ୍ଡିଆ ଦୁବାଇ ପହଞ୍ଚି ଅଭ୍ୟାସ ଜାରି ରଖିଛି। ଏହି ଅଭ୍ୟାସ ମ୍ୟାଚ ସମୟରେ ଟିମ୍‌ ଇଣ୍ଡିଆର ଖେଳାଳି ପାକିସ୍ତାନ ଟିମରୁ ବାଦ୍‌ ପଡିଥିବା ଦ୍ରୁତ ବୋଲର ଶାହିଦ ଆଫ୍ରିଦିଙ୍କ ସହିତ ସାକ୍ଷାତ କରିଛନ୍ତି।

ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଏସିଆ କପରୁ ବାଦ୍‌ ପଡିଛନ୍ତି ପାକିସ୍ତାନୀ ଖେଳାଳି ଶାହିନ ଆଫ୍ରିଦି। ଖେଳରୁ ବାଦ୍‌ ପଡିବା ସତ୍ତ୍ୱେ ମଧ୍ୟ ଟିମ୍‌ ସହିତ ଦୁବାଇ ଗସ୍ତ କରିଛନ୍ତି। ଅଭ୍ୟାସ ମ୍ୟାଚରେ ନଜର ଆସିଛନ୍ତି ଶାହିନ ଆଫ୍ରିଦି । ଆଉ ଟିମ୍‌ ଇଣ୍ଡିଆର ଖେଳାଳି ଅଭ୍ୟାସ ପାଇଁ ସେଠାରେ ପହଞ୍ଚିବା ପରେ ଶାହିନଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ଏହି ସମୟରେ ଯୁଜବେନ୍ଦ୍ର ଚହଲ ଶାହିଦ ଆଫ୍ରିଦ ସହିତ ହାତ ମିଶାଇ ଥିଲେ।

ଏହି ସମୟରେ ବିରାଟ କୋହଲି ମଧ୍ୟ ଶାହିନଙ୍କ ସହିତ ହସି ହସି କଥା ହୋଇଥିଲେ। କିଛି ସମୟ ବିରାଟ ଏବଂ ଶାହିନ ଏକାଠି କଥା ହୋଇ ପରସ୍ପରର ସ୍ୱାସ୍ଥ୍ୟବସ୍ଥା ବିଷୟରେ ପଚାରିଥିଲେ। କେଏଲ ରାହୁଲ ମଧ୍ୟ ଶାହିନଙ୍କ ସହିତ ହସି ହସି ଦେଖାହୋଇଥିଲେ। ଏହାପରେ ରିଷଭ ପନ୍ତ ଶାହିନଙ୍କୁ ଆଲିଙ୍ଗନ କରିଥିଲେ। ପନ୍ତ ଯିବା ପରେ କେଏଲ ରାହୁଲ ଶାହିନଙ୍କୁ ଦେଖା ହେବା ପରେ ହାତ ମିଶାଇ ଥିଲେ।

afridi
Photo credit: CricTracker.com

ପାକିସ୍ତାନର ଦ୍ରୁତ ବୋଲର ଶାହିନ ଆଫ୍ରିଦି ଆହତ କାରଣରୁ ଏସିଆ କପ୍ ୨୦୨୨ରୁ ବାଦ୍ ପଡିଛନ୍ତି। ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହାର ସୂଚନା ଦେଇଥିଲା। ଏସିଆ କପ ବ୍ୟତିତ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଘରୋଇ ସିରିଜ୍ ମଧ୍ୟ ଖେଳିପାରିବେନି ଶାହିନ ଆଫ୍ରିଦି । ଅଷ୍ଟ୍ରେଲିଆରେ ହେବାକୁ ଥିବା ୨୦-୨୦ ବିଶ୍ୱକପ ପୂର୍ବରୁ ଶାହିନ ସମ୍ପୂର୍ଣ୍ଣ ଫିଟ୍ ହୋଇଯିବା ନେଇ ଆକଳନ କରାଯାଉଛି । ତେବେ ତାଙ୍କର ଆହତ ଜନିତ ସମସ୍ୟା କେତେ ଗମ୍ଭୀର ଏବଂ ଠିକ୍ ହେବାକୁ ୪ ରୁ ୬ ସପ୍ତାହ ଲାଗିବ କି ଅଧିକ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।

ସୂଚନାଯୋଗ୍ୟ, ଏସିଆ କପ୍‌ ବେଳେ ମୁଖ୍ୟ କୋଚ ରାହୁଲ ଦ୍ରାବିଡି କରୋନା ସଂକ୍ରମିତ ହୋଇଛନ୍ତି। ଆଉ କୋଚ ଦାୟିତ୍ୱ ଧୋନୀ ସମ୍ଭାଳିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। ଏସିଆ କପ୍ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ପ୍ରଥମ ମୁକାବିଲାରେ ଅଗଷ୍ଟ ୨୮ରେ ପାକିସ୍ତାନକୁ ଭେଟିବ। ଟିମ୍‌ ଇଣ୍ଡିଆ ୭ ଥର ଏସିଆ କପ୍‌ ଟାଇଟଲ ଜିତିଛି। ଶ୍ରୀଲଙ୍କା ଟିମ୍‌ ୫ ଥର ଏବଂ ପାକିସ୍ତାନ କେବଳ ୨ ଥର ଏସିଆ କପ୍‌ ଟାଇଟଲ ଜିତିଛି।

 

Also Read : ଭାରତୀୟ ଟିମର ଟପ୍‌ ବ୍ୟାଟରଙ୍କୁ ନେଇ ଏମିତି ମନ୍ତବ୍ୟ ଦେଲେ ଓ୍ଵାକର ୟୁନିସ, ଇରଫାନ ପଠାନ ଦେଲେ ମୁହଁତୋଡ ଜବାବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.