କ୍ରିକେଟ ଫ୍ୟାନ୍ସ ହେବେ ନିରାଶ, ଟେଷ୍ଟ କ୍ରିକେଟରୁ ଅବସର ନେବେ ଡେଭିଡ୍‌ ଓ୍ଵାର୍ଣ୍ଣର

କେନ୍ୟୁଜ୍‌ ବ୍ୟୁରୋ: ଟି-୨୦ ବିଶ୍ୱକପ ଶେଷ ହୋଇଛି, ଫାଇନାଲରେ ଇଂଲଣ୍ଡ ପାକିସ୍ତାନକୁ ହରାଇ ବିଶ୍ୱକପ ବିଜେତା ହୋଇଛି । ଏହି ବିଶ୍ୱକପ ସମସ୍ତଙ୍କୁ ଏକ ନିଆରା ଅନୁଭୂତି ଦେଇଛି ଏବଂ ବହୁତ କିଛି ଶିଖେଇଛି । ଏହି ବିଶ୍ୱ କପ ପରେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟର ଡେଭିଡ୍‌ ଓ୍ଵାର୍ଣ୍ଣର କ୍ରିଟେର ଗୋଟିଏ ଫର୍ମାଟରୁ ଅବସର ନେବା ନେଇ ଚର୍ଚ୍ଚା ହେଉଛି । ଅଷ୍ଟ୍ରେଲିଆର ଏହି ୩୬ ବର୍ଷୀୟ ବ୍ୟାଟର ଡେଭିଡ୍‌ ଓ୍ଵାର୍ଣ୍ଣର ଆସନ୍ତା ବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବା ନେଇ ସୂଚନା ଦେଇଛନ୍ତି ।

ଯେତେବେଳେ ଅଷ୍ଟ୍ରେଲିଆ ଟି-୨୦ବିଶ୍ୱକପ ୨୦୨୨ରୁ ବାଦ ପଡ଼ିଥିଲା ସେତେ ବେଳେ ଓ୍ଵାର୍ଣ୍ଣର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏହି କଥା କହିଥିଲେ । ସେ କହିଥିଲେ ଆସନ୍ତା ୧୨ ମାସ ହିଁ ଟେଷ୍ଟ କ୍ରିକେଟରେ ମୋର ଶେଷ ସମୟ ହେବ । ସୂଚନା ଅନୁସାରେ ଡେଭିଡ୍‌ ଓ୍ଵାର୍ଣ୍ଣର କେବଳ ଟେଷ୍ଟ କ୍ରିକେଟରୁ ଅବସର ନେବେ । ବାକି ଟି-୨୦ ଏବଂ ଓ୍ଵାନ୍‌ ଡେ କ୍ରିକେଟରେ ଖେଳ ଜାରି ରଖିବେ ।

ଡେଭିଡ୍‌ ଓ୍ଵାର୍ଣ୍ଣରଙ୍କର ଟେଷ୍ଟ କ୍ରିକେଟ କ୍ୟରିଅର ବହୁତ ଭଲ ଅଛି । ସେ ଟେଷ୍ଟ କ୍ରିକେଟରେ ୨୦୧୧ ମସିହାରେ ଡେବ୍ୟୁ କରିଥିଲେ । ସେ ମୋଟ ୯୬ଟି ମ୍ୟାଚ ଖେଳି ୪୬.୫୨ ହାରରେ ୭୮୧୭ ରନ କରିଛନ୍ତି । ତା ସହିତ ୨୪ଟି ଶତକ ଏବଂ ୩୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି । ଓ୍ଵାର୍ଣ୍ଣର ୧୩୮ଟି ଓ୍ଵାନ୍‌ଡେ ମ୍ୟାଚ ଖେଳି ୪୪.୬୦ ହାରରେ ମୋଟ ୫୭୯୯ ରନ ଏବଂ ୯୯ଟି ଟି-୨୦ ମ୍ୟାଚରେ ୩୨.୮୮ ହାରରେ ୨୮୯୪ ରନ କରିଛନ୍ତି ।

ଆସନ୍ତା ବର୍ଷ ଭାରତରେ ଅକ୍ଟୋବର ଏବଂ ନଭେମ୍ବରରେ ୫୦ଓଭର ବିଶ୍ୱକପ ଖେଳା ଯିବା ବେଳେ ୨୦୨୪ରେ ଟି-୨୦ ବିଶ୍ୱକପ େଓ୍ଵଷ୍ଟଇଣ୍ଡିଜ୍‌ ଏବଂ ଆମେରିକାରେରେ ଖେଳାଯବି । ଡେଭିଡ୍‌ ଓ୍ଵାର୍ଣ୍ଣର ଏହି ଦୁଇଟି ବିଶ୍ୱକପ ଖେଳିବା ପାଇଁ ଇଛା ରଖିଛନ୍ତି । ସେ କହିଛନ୍ତି ତାଙ୍କୁ ସୀମିତ ଓଭର କ୍ରିକେଟ ତାଙ୍କର ବହୁତ ପସନ୍ଦ । ତା ସହିତ କହିଛନ୍ତି ତାଙ୍କୁ ଟି-୨୦ କ୍ରିକେଟ ବହୁତ ପସନ୍ଦ ଏବଂ ୨୦୨୪ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଚାହୁଁଛନ୍ତି ବୋଲି କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.