ଭାଙ୍ଗିଗଲା ୪ ବର୍ଷର ଅତୁଟ ସମ୍ପର୍କ, ପରସ୍ପର ଠାରୁ ଅଲଗା ହେଲେ ଯୁଜବେନ୍ଦ୍ର ଓ ଧନଶ୍ରୀ

ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ ଧନୁଶ୍ରୀ ବର୍ମାଙ୍କ ହୋଇଛି ଛାଡ଼ପତ୍ର । ଏବେ ବିବାହର ୪ ବର୍ଷ ପରେ ସେମାନେ ପରସ୍ପର ଠାରୁ ଅଲଗା ହୋଇଛନ୍ତି । ଧନଶ୍ରୀଙ୍କୁ ୪.୭୫ କୋଟି ଟଙ୍କା ଦେବେ ଚହଲ । ୨.୩୭ କୋଟି ଟଙ୍କା ଧନଶ୍ରୀ ବର୍ମାଙ୍କୁ ଚହଲ ଦେଇଛନ୍ତି ବୋଲି ଫ୍ୟାମିଲି କୋର୍ଟ କହିଛନ୍ତି । ତେବେ ଧନୁଶ୍ରୀ ଏବଂ ଚହଲଙ୍କ ଛାଡ଼ପତ୍ର କେସ ବାନ୍ଦ୍ରାରେ ଥିବା ଫ୍ୟାମିଲି କୋର୍ଟରେ ବିଚାର ହେଉଥିଲା । ଚହଲ ଏବଂ ଧନଶ୍ରୀ ଡିସେମ୍ବର ୨୦୨୦ରେ ବିବାହ କରିଥିଲେ ।
ୟୁଜବେନ୍ଦ୍ର ଏବଂ ପତ୍ନୀ ଧନଶ୍ରୀ ବର୍ମା ଛାଡପତ୍ର ପାଇଁ ଆଜି ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ । ଏହି ସମୟର ୟୁଜବେନ୍ଦ୍ର ଚହଲ କଳା ପୋଷାକରେ ଦେଖାଯାଇଥିଲେ । ଏହାସହ ଚହଲ ତାଙ୍କ ମୁଣ୍ଡକୁ ହୁଡିରେ ଘୋଡ଼ାଇ ରଖିଥିବା ଦେଖିବାକୁ ମିଳିଥିଲା । ସେ ଆଖିରେ ଚଷମା ଏବଂ ମୁହଁରେ ଏକ ମାସ୍କ ପିନ୍ଧି ଥିବାର ଦେଖାଯାଇଥିଲେ । ଏହାପରେ ଧନଶ୍ରୀ ବର୍ମାଙ୍କୁ ମଧ୍ୟ ଏକ ଧଳା ଟପ୍ ଏବଂ ବ୍ଲୁ ଜିନ୍ସ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ସେ ମଧ୍ୟ କଳା ସନଗ୍ଲାସ୍ ପିନ୍ଧିଥିଲେ ।
ଦୁହେଁ ଗଣମାଧ୍ୟମ ସହ କଥା ହୋଇନଥିଲେ ଏବଂ କୌଣସି ବିବୃତ୍ତି ନ ଦେଇ କୋର୍ଟ ରୁମ ଭିତରକୁ ଚାଲିଯାଇଥିଲେ । ତେବେ ବୁଧବାର ଦିନ ବମ୍ବେ ହାଇକୋର୍ଟ ଚହଲ ଏବଂ ତାଙ୍କ ବିଚ୍ଛିନ୍ନ ପତ୍ନୀଙ୍କ ପାରସ୍ପରିକ ସମ୍ମତିରେ ଛାଡପତ୍ର ଆବେଦନର ଫାଷ୍ଟ-ଟ୍ରାକ୍ ଶୁଣାଣି ଆରମ୍ଭ କରିଥିଲେ । ବାଧ୍ୟତାମୂଳକ ଛଅ ମାସର କୁଲିଂ-ଅଫ୍ ପିରିୟଡ୍ ଛାଡ଼ କରିଛନ୍ତି ଫ୍ୟାମିଲି କୋର୍ଟ ।
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଯୋଗୁଁ ଚହଲ୍ ମାର୍ଚ୍ଚ ୨୧ ପରେ ଉପଲବ୍ଧ ହେବେ ନାହିଁ, ତେଣୁ ବିଚାରପତି ମାଧବ ଜାମଦାର ସହରର ବାନ୍ଦ୍ରା ପରିବାର କୋର୍ଟକୁ ମାର୍ଚ୍ଚ ୨୦ ସୁଦ୍ଧା ଦମ୍ପତିଙ୍କ ଛାଡପତ୍ର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଆବେଦନ କରିଥିଲେ ।
ଓକିଲଙ୍କ ଆବେଦନରେ ପରିବାର କୋର୍ଟକୁ ଛାଡପତ୍ର ଆବେଦନ ଉପରେ ଶୀଘ୍ର ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦେବାକୁ ମଧ୍ୟ ପ୍ରାର୍ଥନା କରାଯାଇଥିଲା । ଫେବୃଆରୀ ୨୦ ତାରିଖରେ ପରିବାର କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ଏହି ଦମ୍ପତି । ହିନ୍ଦୁ ବିବାହ ଆଇନ ଅନୁସାରେ ଛାଡପତ୍ର ଦେବା ପୂର୍ବରୁ ଦମ୍ପତିଙ୍କୁ ଛଅ ମାସର କୁଲିଂ-ଅଫ୍ ପିରିୟଡ୍ ଦେଇ ଗତି କରିବାକୁ ପଡିବ । କିନ୍ତୁ ବାଧ୍ୟତାମୂଳକ ଛଅ ମାସର କୁଲିଂ-ଅଫ୍ ପିରିୟଡ୍ ଛାଡ଼ କରିଛନ୍ତି ଫ୍ୟାମିଲି କୋର୍ଟ ।
ସୂଚନାଯୋଗ୍ୟ, ଜୁନ୍ ୨୦୨୨ରେ ଦୁହେଁ ଅଲଗା ହୋଇଯାଇଥିଲେ । ଫେବୃଆରୀ ୫ ତାରିଖରେ ସେମାନେ ପାରସ୍ପରିକ ସମ୍ମତିରେ ଛାଡପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଏକ ମିଳିତ ଆବେଦନ ଦାଖଲ କରିଥିଲେ ।
Also read: ପତ୍ନୀ ଧନଶ୍ରୀଙ୍କ ଠାରୁ ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର, ବହୁତ ଦିନ ଧରି ସୋସିଆଲ ମିଡିଆରେ ହେଉଥିଲା ଗୁଜବ