ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମାଙ୍କ ଭିତରେ ସବୁ ଠିକ୍ ଚାଲିଛି ତ? ଇନ୍ଷ୍ଟାରୁ ହଟାଇଲେ ‘ଟାଇଟଲ୍’; ରହସ୍ୟ ପୋଷ୍ଟକୁ ନେଇ ଚର୍ଚ୍ଚା

ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ କ୍ରିକେଟ୍ରୁ ବିରତି ନେଇଛନ୍ତି ଏବଂ ସିଧା ଏସିଆ କପ୍କୁ ପ୍ରତ୍ୟାବର୍ତ୍ତନ କରିବେ। କିନ୍ତୁ ଚହଲ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ନିକଟରେ ଇନ୍ଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ, ଯାହାକୁ ନେଇ ଅନେକ କଥା ଆଲୋଚନା ହେବାରେ ଲାଗିଛି।
କଥାଟି ହେଲା, ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା କିଛି ଦିନ ତଳେ ଇନ୍ଷ୍ଟାଗ୍ରାମରେ ନିଜ ନାଁରେ ସାମାନ୍ୟ ପରିବର୍ତ୍ତନ କରିଥିଲେ। ପୂର୍ବରୁ ସେ ଧନଶ୍ରୀ ବର୍ମା ଚହଲ ଲେଖୁଥିଲେ, କିନ୍ତୁ ଏବେ କେବଳ ଧନଶ୍ରୀ ବର୍ମା ଲେଖିବା ଆରମ୍ଭ କରିଛନ୍ତି। ଏହି ପରିବର୍ତ୍ତନ ପରେ ଚହଲ ନିଜ ଇନ୍ଷ୍ଟାରେ ଏକ ଷ୍ଟୋରୀରେ ଲେଖିଛନ୍ତି, ‘New Life Loading’।
ସୋସିଆଲ ମିଡିଆରେ ହୋଇଥିବା ଏହି ପ୍ରକାର ପରିବର୍ତ୍ତନ ପରେ ଅନେକ କଥା ଅନୁମାନ କରାଯାଉଛି। ଟ୍ଵିଟରରେ ବି ଫ୍ୟାନ୍ମାନେ ଦୁଇ ଜଣଙ୍କ ସମ୍ପର୍କ କଥା ଉଠାଇଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଦୁଇ ଜଣଙ୍କ ତରଫରୁ କିଛି ବି ଅଫିସିଆଲ ବୟାନ ସାମ୍ନାକୁ ଆସିନାହିଁ।

କହି ରଖୁଛୁ, ଦେଶରେ ଯେତେବେଳେ ଲକ୍ଡାଉନ ଚାଲିଥିଲା, ସେହି ସମୟରେ ୟୁଜବେନ୍ଦ୍ର ଚହଲ ଓ ଧନଶ୍ରୀ ବର୍ମା ନିଜ ବିବାହର ଫଟୋ ସେୟାର କରିଥିଲେ। ୨୦୨୦ ଡିସେମ୍ବରରେ ଉଭୟଙ୍କ ବିବାହ ହୋଇଥିଲା ଏବଂ ସୋସିଆଲ ମିଡିଆ ଜରିଆରେ ସେମାନେ ଫ୍ୟାନମାନଙ୍କୁ ଏ ନେଇ ସୂଚନା ଦେଇଥିଲେ।

ଧନଶ୍ରୀ ଜଣେ କୋରିଓଗ୍ରାଫର। ସୋସିଆଲ ମିଡିଆରେ ତାଙ୍କ ଡ୍ୟାନ୍ସର ଭିଡିଓ ବହୁତ ଚର୍ଚ୍ଚାରେ ରହିଛି। ନିକଟରେ ଚହଲ ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ଧନଶ୍ରୀ ତାଙ୍କ ସାଥୀରେ ଥିଲେ। କହି ରଖୁଛୁ, ଉଭୟେ ଇନ୍ଷ୍ଟାଗ୍ରାମରେ ଲଗାତାର ନିଜର ଫଟୋ ସେୟାର କରିବା ସହିତ ମସ୍ତି ମୁଡ୍ରେ ନଜର ଆସି ଥାଆନ୍ତି।