ଦେଖନ୍ତୁ Video: ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ ସବୁଜ ରଙ୍ଗର ସୁଟ ପିନ୍ଧି ପଞ୍ଜାବୀ ଗୀତରେ କଲେ ଧମାକାଦାର ଡ୍ୟାନ୍ସ

ଚର୍ଚ୍ଚିତ ୟୁଟ୍ୟୁବର ତଥା ଡ୍ୟାନ୍ସର ଧନଶ୍ରୀ ବର୍ମା ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ଭାବି ସ୍ତ୍ରୀ। ନିକଟରେ ତାଙ୍କର ଏକ ଡ୍ୟାନ୍ସ ଭିଡ଼ିଓ ୟୁଟ୍ୟୁବରେ ଖୁବ ପ୍ରଶଂସା ସାଉଁଟୁଛି। ଏହି ଭିଡ଼ିଓରେ ଧନଶ୍ରୀ ସବୁଜ ରଙ୍ଗର ପଟିଆଲା ସୁଟ ପିନ୍ଧି ପଞ୍ଜାବୀ ଗୀତ ‘ୱାଙ୍ଗା କାଲିଆ’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି। ଏହାକୁ ଧନଶ୍ରୀଙ୍କ ୟୁଟ୍ୟୁବ ଚ୍ୟାନେଲରୁ ପୋଷ୍ଟ କରାଯାଇଛି।

video courtesy: youtube

ଏହି ଡ୍ୟାନ୍ସରେ ତାଙ୍କ ମୁଭସ ଫ୍ୟାନମାନଙ୍କୁ ଖୁବ ପସନ୍ଦ ଆସିଛି। ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୩ ଲକ୍ଷ ୯୯ ହଜାରରୁ ଅଧିକ ଭିୟୁ ମିଳିସାରିଲାଣି। କହି ରଖୁଛୁ, ଧନଶ୍ରୀ ପେସାରେ ଜଣେ ଡାକ୍ତର। କିନ୍ତୁ ଡ୍ୟାନ୍ସରେ ନିଜର ଜବରଦସ୍ତ ପରିଚୟ ସୃଷ୍ଟି କରିବାରେ ସେ କୌଣସି ସୁଯୋଗ ଛାଡ଼ିନାହାନ୍ତି ଏବଂ ସବୁବେଳେ ଡ୍ୟାନ୍ସ ସହିତ ଜଡ଼ିତ କର୍ମଶାଳା ସବୁ ଆୟୋଜନ କରିଥାନ୍ତି।