ଦକ୍ଷିଣ ଆଫ୍ରିକା ସହ ଏକଦିବସୀୟ ମ୍ୟାଚ ପୂର୍ବରୁ ଚେତାବନୀ ଦେଲା ପ୍ରଶାସନ, କରୋନା ହେଲେ ଆମେ ଦାୟୀ ହେବୁ ନାହିଁ

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ମ୍ୟାଚ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଅରାଜି ଥିବା ବେଳେ ବିସିସିଆଇ କିନ୍ତୁ ନିକ ନିଷ୍ପତ୍ତିରେ ଅଟଳ ରହିଛି । କରୋନା ଭାଇରସକୁ ନେଇ ଜିଲ୍ଲା ପ୍ରଶାସନ, ବିସିସିଆଇ ଓ ହିମାଚଳ ପ୍ରଦେଶ ସରକାରଙ୍କୁ ସ୍ପଷ୍ଟ କରି ଦେଇଛନ୍ତି ଯେ ଯଦି ପରେ କରୋନା ଭାଇରସର ପ୍ରଭାବ ପଡେ ତେବେ ସେଥିପାଇଁ ବିସିସିଆଇ ଦାୟୀ ରହିବେ । ଅନ୍ୟ ପକ୍ଷରେ କାଙ୍ଗଡାର ଡେପୁଟି କମିଶନର ବିସିସିଆଇକୁ ମ୍ୟାଚ ଆୟୋଜନର ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି ।

dharmasalaଜିଲ୍ଲା ପ୍ରଶାସନ ତରଫରୁ ଉଭୟ ବୋର୍ଡ ନିକଟକୁ ପତ୍ର ପଠାଯାଇଥିବା ବେଳେ ଏବେ ପର୍ଯ୍ୟନ୍ତ ବୋର୍ଡ ତରଫରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ । କରୋନା ଭାଇରସକୁ ନେଇ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଆଡ଼ଭାଇଜାରୀରେ ସ୍ପଷ୍ଟ କରାଯାଇଥିଲା କି ଭିଡ ଠାରୁ ଦୂରେଇ ରୁହନ୍ତୁ । ଅନ୍ୟ ପକ୍ଷରେ କାଙ୍ଗଡା ଜିଲ୍ଲାପାଳ ରାକେଶ କୁମାର ପ୍ରଜାପତି ବୋର୍ଡ ଓ ହିମାଚଳ କ୍ରିକେଟ ବୋର୍ଡକୁ ଦାୟୀ କରି କହିଛନ୍ତି କି, କରୋନା ପ୍ରଭାବ ପଡିଲେ ସେହିମାନେ ହିଁ ଦାୟୀ ରହିବେ । ଜିଲ୍ଲା ପ୍ରଶାସନର କାମ କେବଳ ଆଇନ ବ୍ୟବସ୍ଥାକୁ ସୁଦୃଢ ରଖିବା ।

ଯଦି ଭିଡ ପ୍ରଭାବରେ କରୋନା ଭାଇରସ ଘଟଣା ସାମ୍ନାକୁ ଆସେ ତେବେ ତାଙ୍କର କୌଣସି ଭୁଲ ରହିବ ନାହିଁ । ଏଠାରେ କହି ରଖିବା ଉଚିତ ହେବକି, ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ଆଡ଼ଭାଇଜରୀ ଜାରି ହେବା ପରେ ମଧ୍ୟ ନିୟମ ନମାନି ବିସିସିଆଇ ଏହି ପଦକ୍ଷେପ ନିଆଯାଉଛି । ଅନ୍ୟପକ୍ଷରେ ବୋର୍ଡ କର୍ତ୍ତୃପକ୍ଷ ବି କହିଛନ୍ତିକି ଆମକୁ କାଙ୍ଗଡା ଜିଲ୍ଲାପାଳଙ୍କ ପତ୍ର ମିଳିଛି । କିନ୍ତୁ ପୂର୍ବରୁ ଠିକ ହୋଇଥିବାରୁ ଆମେ ନିର୍ଦ୍ଦିଷ୍ଟ ସମୟରେ ହିଁ ମ୍ୟାଚର ଆୟୋଜନ କରିବାକୁ ବାଧ୍ୟ ହେଉଛୁ । ଧର୍ମଶାଳାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ମ୍ୟାଚ ପାଇଁ ପଞ୍ଚମାସ ପୂର୍ବରୁ ହିଁ ଟିକେଟ ବିକ୍ରି ଆରମ୍ଭ ହୋଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.